STORYMIRROR

Dharitri Das

Children

4  

Dharitri Das

Children

ରତ୍ନ ସିଂହାସନ

ରତ୍ନ ସିଂହାସନ

1 min
227


ଆସ ଆସରେ କୁନା ମୁନା ଶୁଣିବା ଆମେ କାହାଣୀ

ଉତ୍କଳ ପ୍ରଦେଶେ ଥିଲେ ଏକ ରାଜା ଓ ଏକ ରାଣୀ।

ରାଜ୍ୟ ପାଳୁଥିଲେ ରାଜା ଧରମ କରମକୁ ମାନି

ପ୍ରଜାଗଣ ଥିଲେ ତାଙ୍କ ପୁତ୍ର କନ୍ୟା ସଦୃଶ ପୁଣି।

ଦେଖି ଚକିତ ହେଲେ ପୃଥିବୀର ସବୁ ଅଧିବାସୀ 

ଦର୍ଶନ ନିମିତ୍ତ ଚିନ୍ତିଲେ ସାଗର କୂଳରେ ବସି।

ତାଙ୍କ ମନ ଜାଣି ଉତ୍କଳ ରାଜନ ଦର୍ଶନ ଆସେ

ସିଂହାସନ ଛାଡି ରଥେ ବିଜେକଲେ ଆଷାଢ଼ ମାସେ।

ଜାତିଭେଦ ଦୂର କରି ସଭିଙ୍କୁ କରି ଏକତ୍ରିତ

ଉଡାଇଲେ ଯଶ ବାନା ହୋଇଣ ଜଗତର ନାଥ।

ଚାରି ଦିଗକୁ ଚାରିଟି ଦ୍ୱାର କରି ସେହି ରାଜନ

ରହିଅଛି ଭାଇ ଭଉଣୀ ଭାର୍ଯ୍ୟା ସାଥିରେ ଘେନିଣ।

ମୁଖ୍ୟଦ୍ୱାର ତାର ସିଂହଦ୍ୱାର ନାମେ ହୋଇଛି ଖ୍ୟାତ

ଦ୍ୱାରପାଳଟି ପୁଣି ଯହିଁ ଅଟଇ ବୀର ହନୁମନ୍ତ।

ସେହି ରାଜାପାଇଁ ଆଜି ଉତ୍କଳ ହୋଇଅଛି ଧନ୍ୟ

କରିଅଛି ଉତ୍କଳକୁ ଦେଖରେ କୁନା ଶତ୍ରୁ ଶୁନ୍ୟ।

କଳାଘୋଡ଼ା ଚଢ଼ି ଶତ୍ରୁ ସହ ଲଢ଼ି ନିଜେ ରାଜନ

ରଖିଗଲା ସେତ ଉତ୍କଳ ମାଟିମା'ର ସ୍ୱାଭିମାନ।

ଏବେ କହରେ କୁନା ତାପରି ରାଜନ ଅଛି କିଏ

ଶଙ୍ଖକ୍ଷେତ୍ର ପୁରିଧାମେ ତ ଯିଏ ଆଜି ପୂଜାପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children