STORYMIRROR

Ansuman Swain

Classics

4  

Ansuman Swain

Classics

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
315

ରଥ ପଥେ ଜଗନ୍ନାଥ

କେତେ କୋଷବାଟ ଚାଲି ଚାଲି ମୁହିଁ

     ଆସିଅଛି ସିଂହଦ୍ୱାର

ସ୍ନାନ ଉତ୍ସବରେ ତୁମରି ଭାବରେ

     ଦେଖିବି ତୁମ ଅଧର (୦)

ତାଳଧ୍ୱଜ ରଥେ ବିଜେ କରୁଥିବେ

      ତୁମ ପ୍ରିୟ ବଡ଼ଭାଈ

ସଙ୍ଗେ ରହିଥିବେ ରାମ ଆଉ କୃଷ୍ଣ

     ହସୁଥିବ ନେତ୍ର ଦୁଇ ।(୧)

ଶଙ୍ଖ ,ସୁଚିତ୍ର,ଅଙ୍ଗଦ ,ମେଘନାଦ

    ଝୁଲୁଥିବେ ସାଥି ହୋଇ

ନେତ୍ର ଝଲସିବ ଦେଖି ତାଙ୍କ ମୁଖ

    ଶରଧା ବାଲିରେ ଥାଇ ।(୨)

ତୁଳସୀର ମାଳ ଗୁନ୍ଥି ମୁଁ ଆଣିଛି

     ହେ ମୋର କଳାଠାକୁର

ଘଣ୍ଟ ଘଣ୍ଟି ଧରି ନାଚିବି ପ୍ରଭୁହେ

        ପୂଜିବି ତୁମ ପୟର ।(୩)

କେତେ କୋଷବାଟ ଚାଲି ଚାଲି ମୁହିଁ

           ଆସିଅଛି ସିଂହଦ୍ୱାର

ସ୍ନାନ ଉତ୍ସବରେ ତୁମରି ଭାବରେ

           ଦେଖିବି ତୁମ ଅଧର (୦)

ପଦ୍ମଧ୍ୱଜ ରଥେ ବିଜେ କରୁଥିବେ

    ତୁମର ସୁନା ଭଉଣୀ

ଶ୍ରୀ ସୁଦର୍ଶନ ଥିବେ ତାଙ୍କ ସଙ୍ଗେ

   ଥିବେ ମାତା କାତ୍ୟାୟିନୀ ।(୪)

ରୋଚିକା ,ମୋଚିକା ,ଜିତା, ଅପରାଜିତା

      ଥିବେ ସେ ତାଙ୍କରି ଆଗେ

ସାରଥି ଅର୍ଜୁନ ଆନନ୍ଦ ମନରେ

   ନେଉଥିବେ ବେଗେ,ବେଗେ ।(୫)

ଦିନ ବାର ମାସ ଗଣି ମୁଁ ଚାଲିଛି

 କେବେ ହେବ ଅନବସର

ତୁମ ବଡ଼ ଦାଣ୍ଡେ ପାଦ ମୋ ପଡିବ

 ପବିତ୍ର ହେବ ଏ ନେତ୍ର ଯୁଗଳ । (୬)

କେତେ କୋଷବାଟ ଚାଲି ଚାଲି ମୁହିଁ

            ଆସିଅଛି ସିଂହଦ୍ୱାର

ସ୍ନାନ ଉତ୍ସବରେ ତୁମରି ଭାବରେ

          ଦେଖିବି ତୁମ ଅଧର (୦)

ତୁମ ସେ କପିଳଧ୍ୱଜ ଗଡି, ଗଡି

   ବଡ଼ ଦାଣ୍ଡେ ଯାଉଥିବ

ତୁମ ସେ ମାଳତୀ ସାରଥି ଭାବରେ

    ଧରିଥିବେ ଶଙ୍ଖଚୂଡ଼ ।(୭)

ଶଙ୍ଖ ,ବଳାହକ, ଶ୍ୱେତ,ହରିଦ୍ୱାଶ

     ଥିବେ ତୁମ ଚାରି ଅଶ୍ଵ

ଭକତ ଗହଣେ ମୁରୁକି ,ମୁରୁକି

     ହସୁଥିବ ଗଜବେଶ । (୮)

ଖୋଳ କୀର୍ତ୍ତନେ ଫାଟି ପଡୁଥିବ

    ଝୁଲି,ଝୁଲି ଯାଉ ଥିବ

ଟିପି ,ଟିପି ବର୍ଷା ପଡୁଥିବ ଝରି

  ବାସୁଥିବ ମହ,ମହ ।(୯)

ତୁମ ପାଇଁ ମୁହିଁ ଆଣିଛି ସାଥିରେ

     ଆମ ବାଡ଼ି ଶିରିଫଳ

ମନା କରିବନି ଆହେ ଭାବଗ୍ରାହୀ

     ଦୁଃଖ ହେବ ମନ ମୋର ।(୧୦)

କେତେ କୋଷବାଟ ଚାଲି ଚାଲି ମୁହିଁ

           ଆସିଅଛି ସିଂହଦ୍ୱାର

ସ୍ନାନ ଉତ୍ସବରେ ତମରି ଭାବରେ

           ଦେଖିବି ତୁମ ଅଧର (୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics