ରୋଗୁଣ ଗୋଲାପ
ରୋଗୁଣ ଗୋଲାପ
ରୋଗୁଣ ଗୋଲାପ
ପରାଜିତ ନାୟକର ବିଳାପ - ୯
ହସ ସବୁ ତା'ର ଧୀରେ ଶୁଖି ଯାଏ
ପାଖ ଲୋକ ଗଲା ପରେ
ତୋଳି ହେବାର ସେ ସ୍ୱପ୍ନ ଦେଖେ
ନିଜ ଭିତରେ ନିଜେ ମଲାପରେ ।।
ଅପେକ୍ଷାର କେତେ ସ୍ରୋତ
ଶୁଖି ମରୁ ପାଲଟିଲା ପରେ
ତୃଷ୍ଣାମେଣ୍ଟାଏ ସେ
ଅମାବାସ୍ୟାର ଜହ୍ନ ମରିଚିକାରେ ।।
ରହିଛି ଏକା ଆକୁଳିତ ପ୍ରାଣେ
ପାଖୁଡାକୁ ପାଖୁଡା ଭିଡି
ଜାଣି ନାହିଁ ସେ ପବନର
କ୍ଷଣ ଦ୍ବଳନେ ତଳେ ଯିବ ଗଡି ।।
ଖୁସି କରାଇବାର ଶକ୍ତି
ଆଉ ନାହିଁ ତୋ ଠାରେ ରୋଗୁଣ ଗୋଲାପ
ବୟସ ତୋର ଅସ୍ତିମିତ ହେଲା ପରେ
ତୁ କି,ଜଳେଇ ପାରିବୁ ପ୍ରେମ ପ୍ରଦୀପ ।।
ତୋ ଅଙ୍ଗେ କେହି ଦେଖୁ ନାହିଁ
ଯୌବନର ଅବସ୍ଥା ଉନ୍ମୁକ୍ତ
ଜଡ ପାଲଟି ଯାଇଛୁ
ଲିଭି ଯାଇଛି ତୋର ଅସ୍ତିତ୍ବ ।।
କେହିବି ଯୋଡିବେ ନାହିଁ
ତୋ ଠାରେ କାମନାର ମନ
ପ୍ରତୀକ୍ଷାର ସବୁ ପ୍ରଶ୍ନ ପରେ
ଲିଭିଯିବ ବାସନାର ଚିହ୍ନ ।।
ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ୱର
