STORYMIRROR

Santanu Bisoi

Tragedy

3  

Santanu Bisoi

Tragedy

ରଣହୁଙ୍କାର

ରଣହୁଙ୍କାର

1 min
175

ଆମ ରାଜସ୍ୱରେ ପଞ୍ଚତାରକାରେ

ମଉଜ କରୁଛ ବସି,

ଆମ ମତଦାନେ ନିର୍ଵାଚିତ ହୋଇ

ଆମକୁ ଖାଉଛ ଶୋଷି।।


ଆମ ଏକତାକୁ କ୍ଷୁର୍ଣ୍ଣ କରୁଛି

ତୁମର ସେ କୂଟନୀତି

ଗାଁ ଗହଳିର ଉନ୍ନତି ରୋକିଛି

ଆଶ୍ୱାସନା ରାଜନୀତି।।


ପତାକାକୁ ଧରି ଜୟ ଧ୍ୱନି କରି

କରିଛୁ ଗୋଲାମଗିରି,

ପଟ୍ଟା ପିନ୍ଧା ସ୍ୱାନ ସଜେଇ ଦେଲଣି

ଦେଇ ଖୁଦ କୁଣ୍ଡା ଖିରି।।


ଶତ ସଂଗ୍ରାମୀ ପରାହତ ଆଜି

ତମ, କୁତ୍ସା ରଟନା ତଳେ

ମାନବାଧିକାର, ସୂଚନାକର୍ମୀଙ୍କ

କେତେ ଯେ' ଜୀବନ ଟଳେ।।


"ପରୀ ରଥ" ତଳେ କେତେ ପରୀ ମରେ

ଫମ୍ପା, ନାରୀ ସୁରକ୍ଷା ବାଣୀ

ମଧୁଶାଳା ଅବା ସ୍ଲେକ୍ଟରହୋମରୁ

ଶୁଭେ ନାରୀ ଚିତ୍କାର ଧ୍ୱନି।।


କୃଷକ ମାରଣ ଶ୍ରମିକ ମାରଣ

ନୀତି କଳା ଇତିହାସ

ଝିଣ୍ଟିକା ମାରି ବଣି କି ପୋଷୁଛ

ବୁର୍ଜୁଆ ପାଏ ଅଶେଷ।।


ଶତ ନିର୍ଯ୍ୟାତନା ସହିଲୁଣି ଆମେ

ଶତ ଦୋଷ କ୍ଷମା ଦେଇ

ତୁଟିଯିବ ଦମ୍ଭ ହେବ ଗର୍ବ ଖର୍ବ

ଉଠିବୁ ଯେବେ... 

ରଣହୁଙ୍କାର ଦେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy