STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଙ୍ଗର ବୃହତ୍ ମହତ୍ତ୍ଵ

ରଙ୍ଗର ବୃହତ୍ ମହତ୍ତ୍ଵ

1 min
308


ରଙ୍ଗ ନୁହେଁ ଏହୁ ସତ୍ୟର ପାର୍ବଣ

  ମନ୍ତ୍ର ସମଭାବ ଯହିଁ,

ସୃଜନଶୀଳତା ଦିଏଟି ସନ୍ଦେଶ

  ମନରେ ଉତ୍ସାହ ତହିଁ।


କମଳା ରଙ୍ଗର ହୋଲିର ଉତ୍ସବେ

  କମଳା ରଙ୍ଗକୁ ଧରି,

ଖେଳୁଥାନ୍ତି ଯୁବ ଖୁସି ଆନନ୍ଦରେ

  ନିସ୍ବାର୍ଥ ଭାବକୁ ଧରି।


ନାହିଁ ଭେଦଭାବ ନାହିଁ ଜାତିଭେଦ

  ଥାଏ ସମଭାବ ତହିଁ,

ଏକତାର ମନ୍ତ୍ର ଗୁଞ୍ଜନ ସେଠାରେ

  ଆନନ୍ଦ ଖୁସି ହିଁ ଯହିଁ।


କମଳା ରଙ୍ଗଟି ଦିଅଇ ସନ୍ଦେଶ

  ଆତ୍ମନିର୍ଭରର ପାଇଁ,

ଆବିର୍ଭାବ ତହିଁ ସୃଜନଶୀଳତା

  ରାଷ୍ଟ୍ରର ନିର୍ମାଣ ପାଇଁ।


ହୋଲିକା ଦହନ କରିବେଟି ଯୁବା

  ଆୟୋଜନ ତାହା ପାଇଁ,

ମନ୍ଦ ଜାଳି ଦେବେ ହୃଦରୁ ତାଙ୍କର

  ମନ୍ଦ ହୋଲିକାର ପାଇଁ।


ଧର୍ମ ସତ୍ୟ ଜ୍ଞାନ ଉଦୟ ହୋଇବ

  ପବିତ୍ର ରଙ୍ଗ ପର୍ବରେ,

ସୃଜନଶୀଳତା ଗୁଞ୍ଜିବ ହୃଦରେ

  ରହିବେ ଆତ୍ମନିର୍ଭରେ।


ପ୍ରଚଣ୍ଡ ନିଆଁରୁ ପ୍ରହ୍ଲାଦ ବଞ୍ଚିଲା

  ହୋଲିକା ହେଲା ଦହନ,

ତାର ବରଦାନ ହେଲା ବୃଥା ତହିଁ

  ଆସିଲା ବିଜୟ ଦିନ।


ପିତା ଷଡଯନ୍ତ୍ର ବୃଥାଟି ହୋଇଲା

  ସତ୍ୟର ବିଜୟ ହେଲା,

ରଖିଲେ ଅନନ୍ତ ପୁତ୍ର ପ୍ରହ୍ଲାଦେ

  ଉତ୍ସବ ହୋଲିର ହେଲା।


ଦୁରାଚାରୀ ଦତ୍ୟ ହିରଣକଶ୍ୟପ

  ମାରିଲେଟି ଚକ୍ରଧର,

ସତ୍ୟର ବିଜୟ ଯୁଗେ ଯୁଗେ ଅଛି

  ସର୍ବୋପରି ନିରାକାର।


ହୋଲି ରଙ୍ଗ ନୁହେଁ ସତ୍ୟର ବିଜୟ

  କମଳା ରଙ୍ଗ କର୍ମର,

କର୍ମବଳେ ହୁଏ ଧର୍ମ ଆବିର୍ଭାବ

  ବିଜୟ ସବୁ କ୍ଷେତ୍ରର।


ଘୁଞ୍ଚି ଯାଏ ସବୁ ପାପ ମନ୍ଦ ବୁଦ୍ଧି

  ରଙ୍ଗ ପର୍ବ ଆଗମନେ,

ରାଷ୍ଟ୍ର ନିର୍ମାଣରେ ପ୍ରେରିତ କରେଟି

  ବାଦ୍ୟ ବାଜେ ଘନଘନେ।


ମାଦଳର ତାଳ ପଡେ ଧିରେ ଧିରେ

  ନାଚୁ ଥାନ୍ତି ଯୁବା ବର୍ଗ,

କମଳା ରଙ୍ଗରେ ସରୋବର ହୋଇ

  ରାଷ୍ଟ୍ରେ ଆଣୁ ଥାନ୍ତି ସ୍ବର୍ଗ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ବିଚ୍ଛନ୍ନାଚଳରୁ ଆମ,

ଶୁଭାରମ୍ଭ ହେଉ ସୃଜନଶୀଳତା

  ଆତ୍ମନିର୍ଭରଟି ଆମ।


Rate this content
Log in

Similar oriya poem from Abstract