STORYMIRROR

ଅରୁନ୍ଧତୀ ଜେନା

Inspirational Others

2  

ଅରୁନ୍ଧତୀ ଜେନା

Inspirational Others

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
9


     

ଏଇ ତ ଜୀବନ ଏଠି ଅନେକ ଘାତ ପ୍ରତିଘାତ ସତ୍ୱେ

    ଉଠି ଚାଲିବାକୁ ହୁଏ ଆଉ ମନ ନୀରବିଗଲେ

ଅନେକ ସମସ୍ୟା ଧରାଶାୟୀ କରିବାର ପ୍ରୟାସ ରେ

     ଶତ ପ୍ରତିଶତ ଚେଷ୍ଟା ରେ ସଫଳ ବି ହୁଏ।

ତେଣୁ ଏ ମନ ତୁ ଚଳଚଞ୍ଚଳ ହେଇଯାଆ

  ସ୍ୱପ୍ନରେ ହାୱା ଭରି ଭରି ଚାଲିବାବି ଶିଖିଯାଆ

କିଏ ଜାଣେ ସ୍ୱପ୍ନ ଯଦି ବାସ୍ତବତା ର ରୂପ ନେବ

  ତେବେ ଉଡିବାର ଆଶା ରେ ତୁ ବି ଆଗେଇ ଯାଆ।

ଏଠି ବଞ୍ଚିଥିବା ସମୟରେ କଡା ଅପବାଦ ଆଉ ନିନ୍ଦା

      ମରିଗଲା ପରେ ପ୍ରଶଂସା ରେ ପୋତା ଯାଏ

ଦିନେ ଦୁଇ ଦିନ ମାସେ ଅବା ବର୍ଷ କେଇଟାରେ

      ପୁଣି ନୂଆ କେହି ଧସେଇ ପଶି ଯାଏ।

ସମସ୍ତେ କହୁଛନ୍ତି ବିଷାଦ ଗ୍ରସ୍ତ ହେଇ ଆତ୍ମହତ୍ଯା ନକରି

     ବରଂ ସାଙ୍ଗ ସାଥି ଆଉ ସମାଜ କୁ ଜଣେଇବା କଥା

ହେଲେ ଭାରି ହସ ଲାଗେ ଏସବୁ ଶୁଣି କାରଣ

      କେତେ ଫରକ ଏଇ ସମାଜ ର ମାନସିକତା।

ବଞ୍ଚିବା ସମୟରେ କହିଥିଲେ ଅନେକ ହସି ଥାଆନ୍ତେ

   ଆଉ କେହି କେହି ଦୁଖି ହେବ

ାର ଅଭିନୟ ବି କରିଥାନ୍ତେ

ତେବେ ଆଜି ଯେତେବେଳେ ସେ ଶାନ୍ତି ରେ ଶୋଇଛି

ନିଜ ନିଜ ଭିତରର ଏତେ କୋଳାହଳ ଏତେ ନାଟକବାଜି କାହିଁକି?

ସିଏ ଯଦି ସତରେ ଫେରିଆସିବ ଏକଥା ନିଶ୍ଚିତ ଯେ

         କେତେ ଲୋକଙ୍କ ର ଖୁସି ରେ ଗ୍ରହଣ ଲାଗିଯିବ

ଯଦି ସତରେ ପରିବର୍ତ୍ତନ ଚାହୁଁଛ ବେଶ୍ ଭଲ

       ହେଲେ ସତ୍ଯତା କୁ ଖୋଜି ପାପୀ କୁ ଦଣ୍ଡ ଦିଅ।

ପାରିବ କୁହ ପାରିବ କି ନା? ଆଉ ଯଦି ଟଙ୍କା ର ଲାଳସାରେ

             ନିଜ ର ମାନବିକତା କୁ ବିକିବାକୁ ଚାହିଁବ

ତେବେ ଆବଶ୍ଯକତା ନାହିଁ ମିଛ ପ୍ରତିବାଦ ରେ

        ମରିବା ପରେ ଆତ୍ମା କୁ ଶାନ୍ତି ରେ ରହିବାକୁ ଦିଅ।

ଏ ଜୀବନ ରଙ୍ଗମଞ୍ଚ ର କଳାକାର ମାନେ ତୁମକୁ

     ଅଶେଷ ଧନ୍ଯବାଦ ଯେ ତୁମେ କଳା ରେ ନିପୁଣ

ଏତେ ସୁନ୍ଦର ଅଭିନୟ ତୁମର ଯେ ତୁମ କଳା କାରନାମାରେ

       ବଳି ପଡୁଛନ୍ତି କେତେ ନିରୀହ ଆଉ ପ୍ରତିଭାବାନ୍ ।

    



Rate this content
Log in

Similar oriya poem from Inspirational