STORYMIRROR

Kabiratna Nutan Kumar Behera

Romance Tragedy Action

4  

Kabiratna Nutan Kumar Behera

Romance Tragedy Action

ରଙ୍ଗ ମହଲ

ରଙ୍ଗ ମହଲ

1 min
331

ଆଜି ଆଉ ନାହିଁ ସେ ଦିବ୍ୟ ରଙ୍ଗ ମହଲ 

ପବିତ୍ର ପ୍ରେମର ଏକ ସୁନ୍ଦର ମନ୍ଦିର ହୋଇ 

ଏବେ ଏ ତ ସାଜିଛି ପ୍ରେତପୁରୀର ନର୍କ 

ଅଶରୀରର ମାନଙ୍କର ସ୍ଥାୟୀ ଆଡାସ୍ଥଳୀ, 

ଶୁଭେ ଖାଲି ନିଶାର୍ଦ୍ଧରେ ବିକଟାଳ ଚିତ୍କାର

ଭଙ୍ଗାରୁଜା କୋଠାର ଦିଶେ ଫଟା ଛାତ ଛଡ଼

ଭଙ୍ଗା କାନ୍ଥ ଅନାବନା ଗୁଳ୍ମରେ ଆଚ୍ଛାଦିତ 

ଆଲୋକ ମାଳାର ନାହିଁ ଆକର୍ଷଣୀୟ ସଜ୍ଜା 

ହୋଇଛି ଅନ୍ଧକାରର ଗୁପ୍ତ ମୃତ୍ୟୁ ଗୁମ୍ଫା 

ବୁଢିଆଣୀ ଜାଲ ସରୀସୃପମାନଙ୍କ ଭିଡ। 


ନାହିଁ ବାଦଶାହଙ୍କ ନିକଟେ ମଦିରାଭରା ପାତ୍ର 

ଆଉ ନୃତ୍ୟାଙ୍ଗନାଙ୍କର ଛନ୍ଦତୋଳା ନୃତ୍ୟ 

ନାହିଁ ତାନସେନଙ୍କ ଯାଦୁକରୀ ମନ୍ତ୍ରମୁଗ୍ଧ 

ସଂଗୀତରେ ମେଘ ମହ୍ଲାରର ମଧୁର ମୂର୍ଚ୍ଛନା 

ସେ ପ୍ରେୟସୀ ପ୍ରେମିକାର ମଧୁଓଠେ ହସ

ପ୍ରାଣପ୍ରିୟର ଅଙ୍କେ ହୋଇ ଅଙ୍କଶାୟିନୀ  

ଅକୁଣ୍ଠିତ ଚିତ୍ତେ କରୁଥିଲା ତାର ପ୍ରେମଦାନ 

ବିତୁଥିଲି ରଜନୀ ଆଙ୍କି ତା' ଚିବୁକରେ ଚୁମ୍ବନ 

ଅଜନ୍ତା ମୂର୍ତ୍ତି ପରି ରମ୍ୟଭରା ସେ ଯୌବନ।


ସେ ସବୁ ଆଜି ରଙ୍ଗ ମହଲର ଭଙ୍ଗାସ୍ଵପ୍ନ 

କଙ୍କାଳର ରୂପ ନେଇ କରେ କ୍ରୁର ଅଟ୍ଟହାସ୍ୟ 

ସବୁ କେବଳ ଏକ ମାୟା ମୋହର ଆକର୍ଷଣ 

ଓଟାରି ନିଏ ଲମ୍ପଟମାନଙ୍କୁ ନିଶାସକ୍ତ କରି 

ସେହି ଆଦିମତାର ଘୃଣ୍ୟ ହିଂସ୍ରତା ଆଡକୁ, 

ସେମାନେ ଚାହାଁନ୍ତି ନି କାହାରି ମନ କି ପ୍ରେମ 

ଚାହାଁନ୍ତି ଖାଲି କଞ୍ଚା ଦେହର ରକ୍ତ ମାଂସ 

ବଢିଲେ ରାତି ବଢେ ତାଙ୍କର ଦେହର ତାତି 

ଭୋକିଲା ବାଘ ହିଂସ୍ର ସାଜି କରନ୍ତି ଶୀକାର।


ପ୍ରେମ ଆଜି ହୁଏ ପ୍ରତାରଣା ଆଉ ପ୍ରବଞ୍ଚନା 

ଦେଖେନା ଆଖିର ଲୁହ କି ପେଟର ଭୋକ 

ଦୁର୍ବଳ ମୁହୂର୍ତ୍ତର ଅସହାୟତାକୁ ସୁଯୋଗ ଭାବି 

କରିଚାଲେ ଅମାନୁଷିକ ପାଶବିକ ବ୍ୟଭୀଚାର, 

ପୋକମାଛି ପରି ନିରିହାଙ୍କ ଜୀବନ ନାଶେ 

ଭୁଲିଯାଏ ତାର ସବୁ ହିତାହିତ ବୁଦ୍ଧି ଜ୍ଞାନ 

ମାନ ସମ୍ମାନ ଆଭିଜାତ୍ୟକୁ ନ କରି ଭ୍ରୁକ୍ଷେପ  

ଉନ୍ମାଦନାରେ ଘଟାଏ ଜଘନ୍ୟ ବିଭତ୍ସ କାଣ୍ଡ 

ପଶୁଠାରୁ ବି ପାଲଟି ଯାଏ ହୀନ ଘୃଣ୍ୟ। 


ପ୍ରେମର ଏ ରଙ୍ଗ ମହଲ ଆଜି ଅଭିଶପ୍ତ 

ହେ ପୁରୁଷ ପୁଙ୍ଗବ ହୁଅନା କାପୁରୁଷ 

ଏ ନୀଚ୍ଚ ମାନସିକତାର ପରିବର୍ତ୍ତନ କର 

ଅନ୍ତରରେ ପ୍ରକୃତ ଭଲ ପାଇବାର ଅର୍ଥ ବୁଝ 

ପୁଣି ଫେରି ଆସିବ ସେଦିନ ଅମର ପ୍ରେମ 

ପ୍ରତିଟି ହୃଦୟକୁ କରି କୋମଳ ତଲ୍ଲୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance