ରକ୍ତର ଡାକ
ରକ୍ତର ଡାକ
ତିନି ମାଙ୍କଡଙ୍କ ଆଦର୍ଶ ଅଭିନୟପ୍ରଶଂସା
ଅହିଂସା ନାମରେ ନଗେଶ୍ୱରି ଫୁଙ୍କା
କେଳା ଗାଲୁଆ ଗାଲରେ ମାଡ ଖାଇ
ଅନ୍ୟ ମାଡ ଆର ଗାଲ ଦେଖେଇବାକୁ କହି
ଗୋଲାମୀ ଗୋଲାପ ପ୍ରୀତି ବାଲାଙ୍କ ଚମତ୍କାରିତା ଇତିହାସ କ୍ଷମା ଦେବନି।
ଜୟ ରାଜଗୁରୁ ବିଚକ୍ଷଣ ପାଇକ
ପ୍ରଜା ମେଳି ସଂଗ୍ରାମୀ ସେନାପତି
ବଟ ବୃକ୍ଷର ଦୁଇ ଡ଼ାଇରେ
ଦୁଇ ଗୋଡ଼ ବାନ୍ଧି ଫାଡ଼ି ମାରିବା ଜାଣି
ତୁମ ସ୍ବାଧୀନତା କଳ୍ପନା
ମହାଭାରତ ଗୀତା ଛୁଇଁ ମିଳିନି,
ପାଣ୍ଡବ ଜିତିଛିତ ରକ୍ତ ଦେଇ
ଗୀତ ସ୍ଵର ଗାୟକକୁ ଜଣା
ବାହାଦୂରୀ ନିଅନି ମାଗଣା।
ତୁମକୁ ସ୍ବାଧିନତା ଦେବି ମତେ ରକ୍ତ ଦିଅ
ହିନ୍ଦୀ ଫୌଜ ଉତ୍କଳ ସନ୍ତାନ
କଳିଙ୍ଗ ବୀରଙ୍କ ପରୀକ୍ଷା
ଦିନେ ରକ୍ତର ନଦୀରେତ
ଚଣ୍ଡାଶୋକ ହେଲେ ଧର୍ମାଶୋକ,
ଆମେ ଅହିଂସାକୁ ଭଲ ପାଉ
କଣ୍ଟାରେ କଣ୍ଟାକୁ ଉଖାଡୁ
ଜାତି ପାଇଁ ଦେଶପାଇଁ ସ୍ବାଧୀନତା ପାଇଁ
ବଳୀ ଦେଇ ଆମେ ସହିଦ,
ଆମ ସବ ଉପରେ ଚଢ଼ି ତୁମେ ବିଜେତା,
ତୁମ ପରି ମିଥ୍ୟା ଭାବପ୍ରବଣତା
ଅସତ୍ୟ ମୁଖା ପିନ୍ଧା ବହୁ ରୂପ ,
ଦିନେ ଓଲଟିବ ତୁମ କଳଙ୍କ ଇତିହାସ
ଜୟ ସୁବାସ ଗୁଞ୍ଜିତ୍ ଏବେପ୍ରତି ପ୍ରାଣ।