STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ରକ୍ତକୁ ନିଜର କହୁଛି

ରକ୍ତକୁ ନିଜର କହୁଛି

2 mins
217


ମୁଁ ରକ୍ତକୁ ନିଜର କହୁଛି 

ରକ୍ତ ପର କରି କରି ଚାଲିଛି

ମୋ ଉପସ୍ଥିତି ସହ୍ୟ ନକରି ସେ

ମୋ ମୃତ୍ୟୁକୁ ଅପେକ୍ଷା କରିଛି

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।


ମୁଁ ଘର କୋଣଟାରେ ପଡିଛି

କୋଣ ଠେସା ଖାଲି ହେଉଛି

ମୁହଁ ଝିଞ୍ଜରା ବି ଶୁଣୁଛି

ମରିଗଲୁ ନାହିଁ ଗଳଗ୍ରହ ବୋଲି

ବୋଉ ତ ନିତି ଶୁଣାଉଛି 

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି।


ରକ୍ତ ଶୁଣିକି ମୁଣ୍ଡ ଟୁଙ୍ଗାରୁଛି 

ଖାଲି ମାଇପ ବୋଲିଆ ହୋଇଛି

ପତ୍ନୀ ସାଥୀରେ ସାଥ ଦେଉଛି

ମୁଁ ତ ଏକା ନୁହେଁ ତୋର କହୁଛି

ତୁ ଆଉ କା ପାଖକୁ ଯାଉନୁ କାହିଁକି

ମୁଁ ମରିଲେ ତୁ ଶାନ୍ତି ପାଇବୁ କି ବୋଲି

ମୋତେ ଦିନରାତି ଧମକାଉଛି ।।

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।


ଅଧା ବୟସରେ ଛାଡି ଗଲା ସାଥୀ

 ଲହୁ ନିଗାଡି ମଣିଷ କରିଛି ,

ରକ୍ତର ପେଟକୁ ପୁରାଇ ତୋରାଣି

ପିଇ ପିଇ ସୁଖି ହୋଇଛି,

ବାରଦ୍ବାର ବୁଲି ଘରବାଡି ବିକି

ମଣିଷ ପରିକା ଗଢିଛି ,

ପାଞ୍ଚଜଣରେ ଜଣେ ସେ ହୋଇଛି ,

ମଣିଷ ସମାଜେ ଥାଇ ବି କେମିତି 

ଅମଣିଷଟିଏ ହୋଇଛି।

ତ୍ୟାଗ ମୋର ଭୁଲି ଯାଇଛି।

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।


ଦୁଃଖି ଶଂଙ୍ଖାଳି ଥିଲା ମୋ ନୟନର ମଣି

ଆଜି ଆଖି ଥାଇ ଅନ୍ଧ ହୋଇଛି,

ପୁରି କ୍ଷୀରି ମିଠା ଖାଉଥିବା ବେଳେ

ସାଗୁ ଟୋପେ ପାଇଁ ଚାହିଁଛି ,

ରୋଗ ହେଲେ ମୋର ପଇସାତ ନାହିଁ

ବିଛଣାରେ ପଡି ରହିଛି ,

 ବୋଉ ଝାଡା ହେବି ବୋଲି କହୁଛି

ମୋର ଘୁଅ ମୁତ ନକାଢିବେ ବୋଲି

ବାହାନା କେତେ ସେ କରୁଛି ।

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।


ମୁଁ ଏବେ ଅନ୍ଧାର ଗଳିର ଅନ୍ଧ ପଥିକ

ଦ୍ବନ୍ଦରେ ଦିନ କାଟୁଛି,

ବାଟ ଦେଖାଇ ମୁଁ ବାଟ ଥାଇ ମଧ୍ୟ

ପଥ ହୁଡିହୁଡି ଯାଉଛି,

ପଥ ଫେରି ପାଇବି କି ଭାବୁଛି

ହାତ ଧରି ଚଲା ଶିଖେଇଲି ଯା'କୁ

ହାତ ଛିଞ୍ଚାଡି ସେ ଚାଲି ଯାଉଛି ।

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।


ହାତ ପାଦ ଏବେ ଶିଥିଳ ମୋହର

  ଶୈଶବକୁ ଫେରିଆସିଛି,

ପିଲାବେଳେ ମାଆ କୋଳେ ଖାଉଥିଲି

   ଅଳି କଥା ମନେ ପଡୁଛି,

ମୁଁ ଦୁଃଖରେ ବି ହସିପାରୁଛି

ମାଆ କୋଳ ବାପା କାନ୍ଧେ ବୁଲିବାକୁ

  ବହୁତ ମୋ ଇଚ୍ଛା ହେଉଛି।


ମାଆ ରହ ରହ ମୁଁ ଆସୁଛି

ବାପା ଧର ଟିକେ ମୁଁ ଯାଉଛି

ରହିବାକୁ ଏଠି ଭଲ ଲାଗୁନାହିଁ

ଅଭିନୟ ଧରା ପଡିଛି ।

ମୋର ନିଜର କେ ନୁହେଁ ଲାଗୁଛି ।।

ମୁଁ ରକ୍ତକୁ ନିଜର କହୁଛି

ରକ୍ତ ପର କରି କରି ଚାଲିଛି ।।



Rate this content
Log in

Similar oriya poem from Inspirational