STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ରକ୍ତଦାନ

ରକ୍ତଦାନ

1 min
327

କେଈ ବୁନ୍ଦା ରକ୍ତ ଶରୀରୁ ମୋହର

ଝରିଗଲେ ଝରିଯାଉ

କିଛି କ୍ଷଣ ଲାଗି ଦେହୁ କିଛି ରକ୍ତ

ସରିଗଲେ ସରିଯାଉ।


ରକ୍ତ ମୋର ଯଦି କା' ପାଇଁ ଜୀବନ

ତେବେ ଏକ ଛୋଟିଆ ସଂକଳ୍ପ ମୁଁ ନେବି

      ରକ୍ତଦାତା ଟିଏ ମୁଁ ହେବି।


ଛୋଟିଆ ପ୍ରୟାସ କାହା ମୁହେଁ ହସ

ଫୁଲଟିଏ ପରି ଫୁଟୁଥାଉ

ହୃଦୟ ସ୍ପନ୍ଦନ ରକ୍ତ ର ବନ୍ଦନ

ନୂଆ ନୂଆ ହୋଇ ଜୁଟୁଥାଉ


ରକ୍ତବୁନ୍ଦା ମୋର ଗଢେ ନୂଆଁ ପରିବାର

ତେବେ ଏକ ଛୋଟିଆ ସଂକଳ୍ପ ମୁଁ ନେବି

     ରକ୍ତଦାତା ଟିଏ ମୁଁ ହେବି।


ଥାଲେସେମିଆ ଓ ଏନେମିଆ ରୋଗେ

କେତେ ଯେ ଲୋକ ମରୁଛନ୍ତି

କାପୁରୁଷପଣ ରକ୍ତ ଦେହେ ରଖି

ଦେବା ପାଇଁ ଯିଏ ଡରୁଛନ୍ତି।


ଦିନ କେଇଟାରେ ରକ୍ତ ହୁଏ ନଷ୍ଟ 

ତେଣୁ ଏକ ଛୋଟିଆ ସଂକଳ୍ପ ମୁଁ ନେବି

    ରକ୍ତଦାତା ଟିଏ ମୁଁ ହେବି।


ଦୈବୀ ଦୁର୍ଘଟଣା ଅବା ଅଘଟଣ ଯେବେ

ନିଜ ପରିବାର ଗ୍ରାସେ

ରକ୍ତର ଗୁରୁତ୍ୱ ଦାନର ମହତ୍ତ୍ୱ 

ସେତେବେଳେ ଯାଇ ମୁଣ୍ଡେ ପସେ।


ଦୁନିଆଟା ସାରା ମୋ ପରିବାର ପରି

ତେଣୁ ଏକ ଛୋଟିଆ ସଂକଳ୍ପ ମୁଁ ନେବି

    ରକ୍ତଦାତା ଟିଏ ମୁଁ ହେବି।


କର୍ତ୍ତବ୍ୟ ଅଟଇ ରକ୍ତଦାନ ପରା

ନୁହେଁ ଏହା ବାଧ୍ୟବାଧକତା

ଅର୍ଥ ପାଇଁ ଚାଲେ ରକ୍ତର ବେପାର

ମରିଗଲା କି ଯେ ମନ୍ୟୁଷ୍ୟତା


ଧନୀ ଓ ଗରିବ ରକ୍ତ ଅଭାବରୁ କେହି ନ ମରିବ

ତେଣୁ ଏକ ଛୋଟିଆ ସଂକଳ୍ପ ମୁଁ ନେବି

    ରକ୍ତଦାତା ଟିଏ ମୁଁ ହେବି।


ରକ୍ତ ଅଭାବରୁ ଦୁନିଆ ଦାଣ୍ଡରେ 

କେହି ବି ଯେ ମରିଯାଉ

ସର୍ବ ସହଯୋଗେ ସର୍ବ ସମର୍ପଣେ

ଦୁର୍ଦ୍ଦଶା ଏ ଶୀଘ୍ର ତରିଯାଉ


ରକ୍ତର ଅଭାବ ନ ନେଉ କା ଜୀବନ

ତେଣୁ ଏକ ଛୋଟିଆ ସଂକଳ୍ପ ମୁଁ ନେବି

     ରକ୍ତଦାତା ଟିଏ ମୁଁ ହେବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics