STORYMIRROR

Kalandi pal

Inspirational

4  

Kalandi pal

Inspirational

. ରକ୍ତ ତୀର୍ଥ

. ରକ୍ତ ତୀର୍ଥ

1 min
9


   ତ୍ରି ପାର୍ଶ୍ୱେ ତଟିନୀ  ଗଡ଼ ଖାଇ ସମ

      କାଂଶବାଂଶ ଓ ଗୋମୟୀ

   ଆନ ପାର୍ଶ୍ଵେ ଯାର ବଙ୍ଗୋପସାଗର

        ସୁରକ୍ଷା ବଳୟ ଭୂଇଁ

     ନାମ ବହି ରକ୍ତ କ୍ଷେତ୍ର ସେହି

   ଭଦ୍ରକ ଜିଲ୍ଲାର   ବାସୁଦେବ ପୁର

     କୋଳରେ ଶୋଭା ଦିଶଇ ।।


   ଗୋଲାମୀ ବଣିକ ବୁଡ଼ାଇଲେ ହକ

      ବ୍ୟବସାୟେ ମତ୍ତ ହୋଇ

   କଳା ଗୋରା ଭେଦ ରଚିଲା ପ୍ରମାଦ

       ମାତୃଭୂମି ଯଶ ପାଇଁ

    ବୀର ରକ୍ତରେ ଗଢା ଯା ଦେହୀ

   ଶିରା ପ୍ରଶିରାରେ   ପ୍ରତିବାଦ ସ୍ୱର

       ନିତି ଗୁଞ୍ଜରି ଉଠଇ ।।


   ଟୋପା ଟୋପା ଜଳ ବିନ୍ଦୁ ପଡ଼ି ଘଟ

       ଯେସନେ ପୂରି ଉଠଇ

   ଗୋଟି ଗୋଟି ସ୍ୱର ହୋଇ ମହା ସ୍ୱର

       ଶତ୍ରୁ ବିରୁଦ୍ଧେ ଗର୍ଜଇ 

    ସ୍ଵତଃ ଅହିଂସାର ରୂପ ନେଇ

   ସବୁରି ମୁହଁରେ   ଗୋଟିଏ ସ୍ଵରରେ

       ଭାରତ ଛାଡ ଶୁଭଇ ।।


   ନିରାପଦ ମଣି    ଏ ଭୂଇଁରେ ପୁଣି

       ପ୍ରଜାଙ୍କ ମେଳି ହୁଅଇ

   ଜାଲିୱାନାବାଗ   ହତ୍ୟାକାଣ୍ଡ ପରେ

        ଶତ୍ରୁର ଦୃଷ୍ଟି ପଡ଼ଇ

    ବିଭୀଷଣ ତ ଓଡ଼ିଆ ଭାଇ

   ଇଂରେଜ ଗୋଲାମ ସାଜି କେତେ ଜଣ

     ସୈନ୍ୟଙ୍କୁ ଦେଲେ ଘେରାଇ ।।


   ଥିଲା ପ୍ରଜା ମେଳି   ଚଳାଇଲେ ଗୁଳି

       ରଟି ଦାନବର ଫାଶ

  କେତେ ପ୍ରାଣଦେଲେ କେ ଘାଇଲା ହେଲେ

       ରକତ ହସିଲା ହସ

    ସାଲ ଉନ ବିଂଶ ବୟାଳିସ

   ସେପ୍ଟେମ୍ୱର ମାସ ଦିନ ଅଠେଇଶ

     ଲେଖିଲା ରକ୍ତ ଦିବସ ।।


Rate this content
Log in

Similar oriya poem from Inspirational