STORYMIRROR

Ajayakumar Mohanty

Romance

3  

Ajayakumar Mohanty

Romance

ରକ୍ତ ଗୋଲାପର ହସ

ରକ୍ତ ଗୋଲାପର ହସ

1 min
271


ରକ୍ତ ଗୋଲାପ ଗଛର କଣ୍ଟା ପରି 

ତୁମ କ୍ଷତାକ୍ତ ହୃଦୟର ଟାଇଁ ଟାଇଁ କଥା 

ରକ୍ତାକ୍ତ କରେ ମୋ ଭଙ୍ଗା ଜୀବନର ଅନୁଭବ। 

ଓଦା ମାଟିର ଭୁରୁଭୁରୁ ବାସ୍ନାର ମହକରେ

 ବିଭୋରିତ ହେଉଥିବା ତୁମ ସ୍ୱପ୍ନର ଇଲାକା 

ଖସଡ଼ାରେ ଖସି କାଦୁଅ ଲଟପଟ ହୁଏ ହେହ 

ଆଉ ଆଞ୍ଚୁଡ଼ା ଦାଗର ଗଭୀରତା 

ଭିତରେ ଅନ୍ଧ ଗଳିର ଅସହାୟତା 

ଛଟପଟ କରେ ମୋ ପ୍ରୀତିର ସଜ୍ଞା। 

ମରୁଭୂମିର ଓଟ ଭଳି କାକ୍ଟସ୍ ର କଣ୍ଟା

ଚୋବାଉ ଥିବା ତୁମ ଓଠର ହସ 

ଅବ୍ୟକ୍ତ ବେଦନାରେ ଖୋଜିବୁଲେ ମୁଁ 

ସକଳ ପ୍ରୟାସରେ ଥାଏ ।

ସକଳ ପ୍ରୟାସରେ ଥାଏ

ଖାଲି ସ୍ମିତ ହସ ଧାରେ ଦେଖିବାକୁ 

ତୁମରି ଓଠରେ 

ସବୁବେଳେ ହଁ ସବୁବେଳେ ପ୍ରତି ମୁହୂର୍ତ୍ତରେ। 

କିନ୍ତୁ ହାୟ ସକଳ ଚେଷ୍ଟା ମୋର ବିଫଳ ହୁଏ

ତୁମ ଉପହାସ ବିଦ୍ରୁପ କଟାକ୍ଷରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance