Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational Others Children

3  

Aishwarya Mishra

Inspirational Others Children

ରକ୍ଷାର ବନ୍ଧନ

ରକ୍ଷାର ବନ୍ଧନ

1 min
31


ଭାଇ ତୋର ହାତେ ବାନ୍ଧିଲି ମୁଁ ରାକ୍ଷୀ

ରଖିବୁ ତୁ ମୋର ମାନ

ଗେହ୍ଲା ଭାଇ ମୋର ଅତି ଆପଣାର 

ଦେଲି ତୋତେ ମୋ ରାଣ ।


ରାକ୍ଷୀ ନୁହେଁ ଏକ ରେଶମର ଡ଼ୋରୀ

ରକ୍ଷାସୂତ୍ର ଅଟେ ଏହି

ଭାଇ ଭଉଣୀର ସେନେହ ସମ୍ପର୍କ

ଜଗତକୁ ଦିଏ କହି ।


ମର୍ତ୍ତ୍ୟ ଭୁବନରେ ପବିତ୍ର ସମ୍ପର୍କ

ଭାଇ ସାଥେ ଭଉଣୀର 

ସବୁ ଦୁଃଖ ଫେଡ଼ି ଭଉଣୀ ଜୀବନୁ

ଭାଇ ଦିଏ ଉପହାର ।


ତମସା ବିନାଶି ଭରିଦିଏ ଖୁସି

ପ୍ରଶାନ୍ତ ରୂପ ବିଶ୍ଵାସେ

ଭଉଣୀ ଜୀବନୁ ଦୁଃଖ ହୁଏ ଦୂର

ଭାଇର ସୁକ୍ଷ୍ମ ନିର୍ଦ୍ଦେଶେ ।


କୁସୁମ ବିକାଶେ ଆସଇ ମଳୟ

ଆଣଇ ସୁଖର ଧାରା 

ରାକ୍ଷୀର ଡ଼ୋରୀରେ ବାନ୍ଧଇ ଜୀବନ

ବୁଣି ସେନେହ ପସରା ।


କୃଷ୍ଣଙ୍କ ହାତରେ କୃଷ୍ଣା ବାନ୍ଧି ରାକ୍ଷୀ 

ରଖିଥିଲେ ତାଙ୍କ ମାନ

କୁରୁସଭା ତଳେ କୋଟି ବସ୍ତ୍ର ଦେଇ

କୃଷ୍ଣ ଦେଲେ ପ୍ରତିଦାନ ।


ସେହିପରି ପ୍ରତି ଭାଇ ହୃଦୟରେ

ଥାଏ ଭଉଣୀର ସ୍ଥାନ

ରାକ୍ଷୀର ସୂତ୍ରରେ ବାନ୍ଧି ହୋଇ ଭାଇ 

ଦିଏ ରକ୍ଷାର ବଚନ ।


ଡ଼ୋରୀ ନୁହେଁ ଏ ଯେ ମମତା ବନ୍ଧନ

ଚିହ୍ନ ଆମ ସଂପର୍କର

ପ୍ରୀତି ସ୍ପନ୍ଦନରେ ଝରାଇ ପୀୟୁଷ

ଝରାଏ ଆନନ୍ଦ ଝର ।


Rate this content
Log in

Similar oriya poem from Inspirational