STORYMIRROR

Anirudha Kund

Classics

3  

Anirudha Kund

Classics

ରକ୍ଷାକର ବନମାଳୀ

ରକ୍ଷାକର ବନମାଳୀ

1 min
217


ନାହିଁ କିଛି ବୋଲି ସବୁ ମୋତେ ଭୁଲି

   ମୁହଁ ମୋଡି ଗଲେ ଚାଲି

 ହଜିଲା ବୟସ ହେଜେ ପୀତବାସ

  ନିଅ ଗୋ ମୋତେ ସମ୍ଭାଳି ॥୦॥


ମାଗୁନି ସମ୍ପଦ ଦେବରାଜ ପଦ  

   ମାଗେ ବଡଦାଣ୍ତ ଧୁଳି

ନାଚୁଥିବି ମୁହିଁ ନିଳଚକ୍ରେ ଚାହିଁ

    ମାରି ମାରି କରତାଳି

ଗାଉଥିବି ତବ ନାମ ହେ ମାଧବ

   ଦେହେ ସେ ଧୁଳିକୁ ବୋଳି ॥୧॥


ଖାଉଥିବି ମୁହିଁ ଆହେ ଭାବଗ୍ରାହୀ 

    ଅଇଁଠା ଅବଢା ଡାଲି       

ସାଉଁଟି ସାଉଁଟି  ପାଉଥିବି ନିତି

   ତୋ ଛଡା ତୁଳସୀ ଖାଲି

ଆସିଛି ମୁଁ ପୁରି ବହୁ ଆଶା କରି

  ରକ୍ଷାକର ବନମାଳୀ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics