STORYMIRROR

Hemanta Patra

Abstract

3  

Hemanta Patra

Abstract

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
67

କେବେ ମନର

କେବେ ଜନ୍ମର

ରକ୍ଷା ବନ୍ଧନ ହେଉଛି

ବନ୍ଧନର ଏକ ଡୋର

ଭାଈ ଭଉଣୀକୁ

ସ୍ନେହ ପ୍ରେମ

ମମତାର ଡୋରିରେ

ବାନ୍ଧିଦିଏ

ଜନ୍ମ ଜନ୍ମର ।।

ରାଗ ରୁଷା ମାନ ଅଭିମାନ

ଭାଈ ଉପରେ

ଭଉଣୀର ଅଧିକାର

ପ୍ରେମର ବନ୍ଧନ ରାକ୍ଷୀ

କେବେ ଛିଡିବ ନାହିଁ

ଭାଈ ସବୁ କରେ ପୁରଣ

ସ୍ନେହ ଆଉ ପ୍ରେମରେ ।।

ପାଖରେ ଥିଲେ ଭାଈ

ଭଉଣୀ ଥାଏ ନିଶ୍ଚିନ୍ତରେ

ବିଶ୍ୱାସର ସହ ବାନ୍ଧଇ ରାଖି

ରଖିଥାଏ ଦୃଢ ଆଶା

ଭାଈ ମୋର

ସବୁ ଋଣ ଦେବ ସୁଝାଇ

ସେନେହ ଡୋରିରେ ।।

ଭାଈ ଯଦି ରଖିଦିଏ ହାତ

ଭଉଣୀର ମଥାରେ

ତାକୁ ଲାଗେ

ଭାଈ ନୁହେଁ ସେତ

ବାପାର ହାଥ

ମମତାର ଝରଣାଟିଏ

ଥିବ ସଦା ପାଶେ ପାଶେ

ସୁଖରେ ଦୁଃଖରେ

ହସରେ ଲୁହରେ ।।

ସେନେହ ଡୋରିରେ

ମମତାର ଫୁଲେ

ଭାଈ ଭଉଣୀ ଏଠି ବନ୍ଧା

ସ୍ୱପ୍ନର ଧାରେ ଧାରେ

ଆୟୁଷ ସରିବ

ଜୀବନ ଲିଭିବ

ସରିବନି ଭାଈ ଭଉଣୀର

ସ୍ନେହ ପ୍ରେମ

ଭଉଣୀ ଲଗାଇବ

ଭାଈର ମଥାରେ

ଟିପି ଟିପି ଚନ୍ଦନ

ଆଜି ପରା ବନ୍ଧନର ଡୋରି

ରକ୍ଷା ବନ୍ଧନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract