Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

2  

Prasanta kumar Hota

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
7.1K


ସତେ କି ଚାତକ ଭଗିନୀ ଭାତୃକ

ଭୁଲିଯିବ ରୁକ୍ଷ ରୁଖ

ସପ୍ରେମ ସରାଗ ସରସ ହେବକି

ରେଶମ ଡୋରୀର ଡାକ ।


ଥାଳିରେ ଚାଉଳ ଧୂପ ଦୀପ ଧରି

ଭଉଣୀ ହୋଇବ ଠିଆ

ବନ୍ଦାପନା ହେବ ଭାଇ ଭଗ୍ନୀ ଠାରେ

ସମ୍ପର୍କରେ ଦେଇ ଦୁଆ ।


କହିବ ଏ ରାକ୍ଷୀ ନୁହେଁ ମାତ୍ର ଡୋରୀ

ରକ୍ଷାର କବଚ କରି

ଦୁଃଖ ପଛେ ନିଜ ଘୋଡାଇ ସେ ଦେଵ

ଭାଇ ତାର ମଥା ଶିରୀ ।


ଅତୁଟ ବନ୍ଧନେ ବାନ୍ଧି ଦିଏ ଭାଇ

ସମ୍ପର୍କର ରକ୍ଷା ପାଇଁ

ସମ୍ପର୍କର ଡୋରି ଅମୂଲ୍ୟ ଆସରୀ

ରଖିଥିଲେ ସିନା ପାଇ ।


ମମତା ବନ୍ଧନ ବାର୍ତ୍ତା କରେ ଗାନ

ବଳରାମ ଜନ୍ମ ଦିନ

ପୂଣ୍ୟ ତିଥି ଏହି ପରିବାର ପାଇଁ

ଭାଇ ଭଗ୍ନୀ ସ୍ମିତାନନ ।


ରାକ୍ଷୀ ପାଇଁ ରକ୍ଷା ଦିଏ ମହା ଶିକ୍ଷା

ଭାଇର ପ୍ରତୀକ୍ଷା ପାଇଁ

ପାଉଥିଲେ ହାତେ ଉପହାର ମତେ

ପ୍ରତିଶ୍ରୁତି ଲୋଡେ ନାହିଁ।


Rate this content
Log in

Similar oriya poem from Inspirational