Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4.5  

Bharatabandhu Biswal

Inspirational Others Children

ରଖିବି ମୋ ଦେଶ ଟେକ

ରଖିବି ମୋ ଦେଶ ଟେକ

1 min
263



ପୁଣ୍ଯ ସୁପବିତ୍ର ମହାନ ଭାରତ

ବିଶ୍ବେ ଶ୍ରେଷ୍ଠ ଅଦ୍ବିତୀୟ

ଗର୍ବରେ କହେ ମୁଁ ନିଜକୁ ଓଡ଼ିଆ 

ଅଟେ ଜଣେ ଭାରତୀୟ ।

ଆଦର୍ଶ ବିଚାର ଆମ ସୁସଂସ୍କାର 

ରୀତିନୀତି ପରମ୍ପରା

ଐତିହ୍ଯ ପ୍ରାଚୀନ ଅଟେ ସୁସମୃଦ୍ଧ 

ଜ୍ଞାନ ଆଲୋକରେ ଭରା ।

ଆମ ବେଦଶାସ୍ତ୍ର ଗୀତା ଭାଗବତ

ପୁରାଣ ଉପନିଷଦ 

ଉପଦେଶାତ୍ମକ ଜୀବନ ଦର୍ଶନ 

ଫଳଦାୟୀ ସୁଖପ୍ରଦ ।

ସତ୍ଯ ଶାନ୍ତି ମୈତ୍ରୀ ସହ ଅବସ୍ଥାନ 

ନିରପେକ୍ଷ ଆମ ନୀତି

ବଢାଏ ସଂପ୍ରୀତି ଆମ ସଦ୍ଭାବନା

ସୁପ୍ରୟାସ ସମୁନ୍ନତି ।

ସାର୍ବଭୌମ ଆମ ସ୍ବତନ୍ତ୍ର ଭାରତେ

ସ୍ୱଚ୍ଛନ୍ଦେ ଉଡେ ତ୍ରିରଙ୍ଗା

ଉଲ୍ଲସେ ଜୀବନେ ମୁକ୍ତିର ଆନନ୍ଦ

ପ୍ରବହେ ଯମୁନା ଗଙ୍ଗା ।

ମୋ ଜନ୍ମଭୂମିର  ବଢାଇବି ମାନ

ସଙ୍କଳ୍ପ ଏକ ମୋ ଲକ୍ଷ୍ଯ 

ଢାଳି ମନପ୍ରାଣ କରିବି କର୍ତ୍ତବ୍ଯ 

ରଖିବି ମୋ ଦେଶ ଟେକ ।

 


Rate this content
Log in

Similar oriya poem from Inspirational