ରଜ ପୂନେଇଁ
ରଜ ପୂନେଇଁ
ରଜ ଆସିଗଲା ଉଚ୍ଛନ୍ନ ନାତୁଣୀ
ଯଥାଶୀଘ୍ର ଦୋଳି କର
ପହଁରି ଖେଳିବି ପିଠା ମିଠା ଖାଇ
ଉଛର ମୋଟେ ନ କର?୧
ନୂଆ ଜାମା ପ୍ୟାଣ୍ଟ୍ ପିନ୍ଧିବି ସକାଳୁ
ନଦୀର ଜଳେ ଗାଧୋଇ
ଦର୍ଶନ କରିବି ତାରିଣୀ ମାଆଙ୍କୁ
ପ୍ରସାଦ ଟିକିଏ ଖାଇ।୨
ବାପା ମାଆ ଜେଜେ ଆଉ ମୋ ଜେଜୀଙ୍କୁ
ପ୍ରଣାମ କରିବି ବୋଲି
ଅନେକ ଦିନରୁ ଶପଥ କରିଛି
ରଜ ଆସିଗଲେ ଚାଲି।୩
ଦୋଳିରେ ବସିକି ଗୀତ ମୁଁ ଗାଇବି
ହୋଇ କି ହରଷ ମନ
ସାଙ୍ଗସାଥୀ ଗଣ ସହଯୋଗ କଲେ
ଆନନ୍ଦିତ ହେବ ପ୍ରାଣ।୪
ବର୍ଷକରେ ଥରେ ଆସୁଅଛି ରଜ
ଭାଇଚାରା ସୃଷ୍ଟି ପାଇଁ
ମୋ ପରି ଅନେକ ଯୁବକ ଯୁବତୀ
କାମନାରେ ଯିବେ ଧାଇଁ।୫
କିଏ କେତେ ଶାନ୍ତି ପାଇବ ଜାଣେନି
ମୋର ମନ ଆଜି ଶାନ୍ତି
ଭୂରି ଭୋଜନକୁ ନୂଆ ଜାମା ପ୍ୟାଣ୍ଟ
ହୃଦୟେ ଅନନ୍ତ ପ୍ରୀତି।୬
ପାଣିବୁହା ଗଲା ପ୍ରଥମ ରଜକୁ
ସ୍ବାଗତ କରୁଛି ଆଜି
ଅଥଚ ଜେଜେ ହେ ଦୋଳି ଖେଳିବାକୁ
କାହା ଘର ଯିବି ଖୋଜି?୭
ନାତୁଣୀର ଏହି ଅଳି ଅଝଟକୁ
ବାରେ ହିଁ ତ ରକ୍ଷାକର
ଦୋଳିଟେ ତିଆରି ସନ୍ତୋଷ କରାଇ
ଏ ଜୀବନ ଧନ୍ୟକର।୮
ଜଗତ କଲ୍ୟାଣ ପାଇଁ ଯଦି ଆସେ
ରଜ ପୂନେଇଁ ବର୍ଷକେ
କୃଷି ଭିତ୍ତିକ ଏ ପର୍ବ ଜଗତରେ
ଶୀତଳ ହୁଅନ୍ତୁ ଲୋକେ।୯
ଜେଜେ ଶୁଣିକରି ଦୋଳି ତିଆରିଲେ
ଆନନ୍ଦ ହୋଇଲି ମୁହିଁ
କୋଟି ଧନ୍ୟବାଦ ଦେଲି ମୁଁ ଜେଜେଙ୍କୁ
ବିଶାଳ ହୃଦୟ ଚାହିଁ।୧୦
