STORYMIRROR

Anjana Naik,Anju..Deogarh

Inspirational

4  

Anjana Naik,Anju..Deogarh

Inspirational

ରଜ ପରେ ମୌସୁମୀ

ରଜ ପରେ ମୌସୁମୀ

1 min
16

ମୌସୁମୀ ଆସିଛି ଧରଣୀ ହସୁଛି

ରଜ ମଉଜରେ ଫଳବତୀ ହେବା ପାଇଁ 

ଜଗା ମୋହର ମାଉସୀ ଧାମକୁ ଯାଇଛି

ପୋଡ଼ପିଠା ଖାଇବା ପାଇଁ ।


ଆଗେ ଆସୁଥିଲା ଢୋଲ ନିଷାଣ ସାଙ୍ଗରେ 

ରମ୍ଭା-ମେନକାଙ୍କ ନୃତ୍ୟ ନେଇ 

ଏବେ ବାଇ ନାଚ-ରଙ୍ଗବତୀ ନାଚ ସଙ୍ଗେ

ମୌସୁମୀ ଆସିଛି ଡି.ଜେ.ବାଜା ବଜାଇ ।


ଇନ୍ଦ୍ରଙ୍କ ସଭାରେ ଇଏ କି ପରିବର୍ତ୍ତନ 

ଯୁଗ ସଙ୍ଗେ ସଙ୍ଗେ ତାଳ ଦେଇ

ଗ୍ରୀଷ୍ମର ତାପକୁ ଶୀତଳ କରିବାକୁ 

ଯେବେ ଆଷାଢ଼ ଆସିଲା ଧାଇଁ ।


ଘୋର ଗର୍ଜନରେ ଚ଼ଉଦିଗ କମ୍ପେ

କଳା ବାଦଲର ବାଧା ପାଇ 

ଯାହାଭାଗ୍ୟ ଫଟା ଟଳିପଡ଼େ ଧରାରେ 

ଆକାଶରୁ ବଜ୍ର ପ୍ରହାର ପାଇ ।


ଜଗା ଏକା ସାହା ନାଇଁ କିଛି ରାହା

ସିଏ ମୋ କରମ ସାଇଁ

ଆଜି ବଡ଼ ଦାଣ୍ଡ ସାରା ଭକତଙ୍କ ଭିଡ଼ 

ତାର ଗୋଟେ ଦରସନ ପାଇଁ ।


Rate this content
Log in

Similar oriya poem from Inspirational