ରଜ ପର୍ବ
ରଜ ପର୍ବ
ପହିଲି ରଜ ରେ ଆସ ସଜ ହୋଇବା
କଟା ବଟା କରିବା ନାହିଁ ଗାଆଁ ବୁଲିବା
ପାଦରେ ଆସ ଅଳତା ଦେବା ଲଗାଇ
ନୂଆ ପୋଷାକ ପିନ୍ଧିବା ରଜ ରାଣୀ ହୋଇ
ଫୁଲ ରେ ଆସ ଦୋଳି କୁ ସଜାଇ ଦେବା
ରଜ ଗୀତ ଗାଇ ପୋଡ଼ ପିଠା ଖାଇ ଝୁଲିବା
ମିଠା ପାନ ଖାଇ ପାଟି କୁ ଦେବା ରଙ୍ଗାଇ
ପୁଚି ଖେଳିବା ସାଥୀ ହୋଇବା ଏକାଠି ହୋଇ
ରଜ ତିନି ଦିନ ଉତ୍କଳ ରେ ପାଳନ କରିବା
ରଜ ଆମ ଗଣ ପର୍ବ ସଭିଏଁ ମନେ ରଖିବା
ରଜ ସଂକ୍ରାନ୍ତି ରେ ମଉଜ କରିବା ଯାଇ
ତୃତୀୟ ରଜ ରେ ଭୂମି ଦହନ ହୁଅଇ
ଶେଷ ରଜ ରେ ବସୁମତୀ ସ୍ନାନ କରିବା
ଭୂମି ସାଥିରେ ମେଘ ର ମିଳନ ଜାଣିବା
କୃଷି ପର୍ବ ରଜ ପର୍ବ ଆମ ସଂସ୍କୃତି ଭାଇ
ପୁଣ୍ୟ ର ଉତ୍କଳ ଏଇ ମୋ ଜନମ ଭୁଇଁ
