ରଜ ମଉଜ
ରଜ ମଉଜ


ଉତ୍କଳ ପରବ ରଜ ମହୋତ୍ସବ
ମହକରେ ମହକିତ ,
ଗାଁଆରୁ ସହର ଉତ୍ସବ ମୁଖର
ମନପ୍ରାଣ ପୁଲକିତ ।
ଏ'ଗଣପରବ ଭାବ ସମ୍ପର୍କିତ
ସୃଷ୍ଟିକରେ ଭାଇଚାରା ;
ମାନଅଭିମାନ କରେ ପରା ଲୀନ
ଖୁସିରେ ହସଇ ଧରା ।
ରଜ ସଜବାଜ ସମୃଦ୍ଧି ମଉଜ
କୁଆଁରୀ ଲଳନା ହସ ;;
ରଙ୍ଗ ବେରଙ୍ଗର ପୋଷାକ ବିଭବ
ଦୂରକରେ ସବୁକ୍ଳେଶ ।
ପ୍ରସାଧନ ପ୍ରିୟ ଉତ୍କଳର ଝିଅ
ରଜରେ ହୁଅଇ ସଜ ;
ନୟନେ କଜଳ ମଥାରେ କୁଙ୍କୁମ
ହସ୍ତରେ ମେହେନ୍ଦି ଚିଜ ।
ପାଦରେ ଅଳତା ପାଏ ବଡ ଶୋଭା
ବେଣୀରେ ରଜନୀ ଗନ୍ଧା ;
ଆହାକି ସୁନ୍ଦର ରଜ ସଜବାଜ
ପ୍ରୀତି ପରଶରେ ବନ୍ଧା ।
ରଜଦୋଳି ଖେଳ ସାଙ୍ଗସାଥୀ ମେଳ
ଭାବମୟ ପରିବେଶ ;
ବରଷକେ ଥରେ ଆସିଛି ଏ'ସତେ
ଘେନି ନୂଆ ଅନୁଭବ ।
ରଜର ବ୍ୟଞ୍ଜନ ମୋହେ ମନପ୍ରାଣ
ସ୍ଵାଦେ ପରିପୂର୍ଣ୍ଣ ଜାଣ ;;
ପିଷ୍ଟକ ମିଷ୍ଟକ ସ୍ୱତନ୍ତ୍
ର ସେ'ଖାଦ୍ୟ
ଉଦର'ର ମିତ୍ର ପୁଣ ।
ପୋଡ଼ପିଠା ମିଠା ସ୍ଵାଦିଷ୍ଟ ଗଇଁଠା
ମନଜାଣି ଦିଏ ମାଆ ;;
ସରୁ ଚକୁଳିକୁ ଖାସୀ ମାଂସ ଝୋଳ
ପେଟଭରି ଖାଇଯାଆ ।
ରଜ ଖିଲି ପାନ ମୋହି ନିଏ ମନ
ରଙ୍ଗକରେ ଅଧରକୁ ;
ଟୋକା ଠାରୁ ବୁଢା ସତେ କୃଷ୍ଣଚୁଡା
ଭୁଲନ୍ତିନି ଖାଇବାକୁ ।
କୃଷି ସମ୍ପର୍କିତ ଏ'ରଜ ପରବ
କୃଷକର ହସଫୁଲ ;
ଅବସରେ ହସେ ବର୍ଷର ଆରମ୍ଭେ
ପାଇବାକୁ ଶ୍ରମମୂଲ ।
ବର୍ଷା ଆଗମନେ କୃଷକ ସୁମରେ
ବସୁଧା ମାଆକୁ ତା'ର ;
ସୁଶ୍ୟାମଳା ହେଉ ଶୁଭଫଳ ଦେଉ
ଏ'ପରା ରଜ ସମ୍ଭାର ।
ରଜକୁ ବିଦାୟ ଦିଏ ହସିହସି
କୃଷକ ଭାଇ ଯେ ଆମ ;
ସୁଖର ଝଲକ ପାଏ ସେ ନଶ୍ଚିୟ
କୃଷିକ୍ଷେତ୍ରେ କରେ କାମ ।
ଆରବରଷକୁ ବାନ୍ଧେ ବିଶ୍ୱାସକୁ
ଖୁସିର ମଉଜ ପାଇଁ ;;
ଆସିବ ଏ'ରଜ ସମୃଦ୍ଧି ପରବ
ସୁଖ ଭୋଗ ଭାଗ୍ୟ ନେଇ ।