STORYMIRROR

Pratima Satpathy

Romance

3  

Pratima Satpathy

Romance

ରଜ ମଉଜ

ରଜ ମଉଜ

1 min
191


ଓଡ଼ିଶାର ବଡ଼ ପର୍ବ, ରଜ ଅଟଇ ଯେ ଆମ ଗୌରବ, ଆମ ଗୌରବ ଲୋ, ପାଳିବା ହରଷେ ସର୍ବ।


ଝିଅଙ୍କର ମନ ଖୁସି,

ନୂଆ ପୋଷାକକୁ ପିନ୍ଧିଣ ଖୁସି,ପିନ୍ଧିଣ ଖୁସି ଲୋ 

ଆନନ୍ଦେ ଦୋଳିରେ ବସି।


ରଜ ପୋଡପିଠା ଖାଇ

ନାନା ଅଳଙ୍କାରେ। ସଜାଇ ହୋଇ,ସଜାଇ ହୋଇ ଲୋ

ଦୋଳି ଖେଳି ଗୀତ ଗାଇ।


ସାଙ୍ଗ ସାଥି ମେଳହୋଇ 

ପିଠା, ମିଠା, ଆମ୍ବ ପଣସ ଖାଇ, ପଣସ ଖାଇ ଲୋ

ରଜ ପାନ ଖୁଆଖୋଇ।


ଅଳତା, କୁଙ୍କୁମ, ନାଇ,

ବୁଲିଯାଆନ୍ତି ସେ ସାହିକୁ ସାହି, ସାହିକୁ ସାହି ଲୋ

ହାତ ଧରା ଧରି ହୋଇ।


 କୃଷି ଭିତ୍ତିକ ଏ ପର୍ବ,

ଗାଆଁ ଗଣ୍ଡାରେ ଲାଗଇ ଉତ୍ସବ,ଲାଗେ ଉତ୍ସବ ଲୋ

 ଖୁସି ଆନନ୍ଦରେ ମଗ୍ନ।


ରଜ ପର୍ବ ତିନି ଦିନ

ପହିଲି ରଜ ଓ ରଜ ସଂକ୍ରାନ୍ତି, ରଜ ସଂକ୍ରାନ୍ତି ଲୋ

ଶେଷରେ ଭୂମି ଦହନ।


ଚାରିଦିନେ ବସୁମତୀ

ସକାଳୁ ସକାଳୁ ସ୍ନାନ କରନ୍ତି, ସ୍ନାନ କରନ୍ତି ଲୋ,

ହୁଅଇ ପୃଥିବୀ ଶାନ୍ତି।


ରଜରେ ବନ୍ଧୁ ବାନ୍ଧବ

ବୁଲିଆସନ୍ତି ଯେ ହୋଇ ଆନନ୍ଦ, ହୋଇ ଆନନ୍ଦ ଲୋ

ଖୁସିରେ ପୁରେ ଅଳିନ୍ଦ।


ବାର ମାସେ ତେର ପର୍ବ

ଓଡ଼ିଆ ମାନଙ୍କ ଗର୍ବ ଗୌରବ, ଗର୍ବ ଗୌରବ ଲୋ

ସର୍ବେ ହୁଅନ୍ତି ଆନନ୍ଦ।


Rate this content
Log in

Similar oriya poem from Romance