ରଜ ମଉଜ
ରଜ ମଉଜ
ଫୁଲେଇ ରଜ ଆସିଛି ଆଜି ସଜେଇ ହୋଇ
ସାଙ୍ଗରେ ଧରି ଗୁଳୁଗୁଳିକୁ କରୁଛି ବାଇ।୧
କହୁଛି ଦେଖ ପିନ୍ଧରେ ସର୍ବେ ନବ ବସ୍ତ୍ରକୁ
ଦୋଳି ପହଁରି ପିଠା ଓ ମିଠା ଖାଇ ନିଜକୁ।୨
ଗୀତ ଗାଇବା ଆଉ ନାଚିବା କରିକି ସର୍ବେ
ପ୍ରେମରେ ସବୁ ଛୁଆଠୁ ବୁଢ଼ା ହୁଅନ୍ତୁ ଗର୍ବେ ୩
ଝିଅ ଅଥବା ଭୁଆସୁଣୀଏ କାମନା ହୃଦେ
ଧରିବା ହେଉ ଆନନ୍ଦ ମନେ ଗାଅରେ ଛନ୍ଦେ।୪
ଆମ୍ୱ ପଣସ ଜାମୁ ଅଥବା ଲିଚୁ କୋଳିକୁ
ଖାଇବା ହେଉ ସରାଗ ମନେ ଆଜିକାଲିକୁ।୫
ରଜ ମଉଜ ଗାଆଁ ଦାଣ୍ଡରେ ମିଳିତ ହୋଇ
ଭାଇଚାରାକୁ ଶାନ୍ତି କାଳକୁ କରିବା ହେଉ।୬
ଦୁଃଖକୁ ଭୁଲି ପ୍ରେମରେ ମାତି ସର୍ବେ ମାନବ
ସନ୍ତୋଷ ହୁଅ ହିଂସାକୁ ଭୁଲି ଗୋବିନ୍ଦ ଭାବ।୭
କାମ ନ କରି ବିଶ୍ରାମ ନିଅ ଦୋଳିରେ ବସି
ଗୀତ ଗୋବିନ୍ଦ ତୁଣ୍ଡରେ ଧର ହୋଇରେ ଖୁସି।୮
ନିଜ ଗାଆଁର ଭବିଷ୍ୟ ଦେଖ ଭୁଲିକି ଦୁଃଖ
ରଜ ମଉଜ ଆସିଛି ଏବେ ଦେବାକୁ ସୁଖ।୯
ଏକତା ମନେ ଜୀବନ ଧନ୍ୟ କାରିବା ହେଉ
ଆଜି ଆସିଛି କାଲି ଚାଲିବ ଭାବନି ଦାଉ।୧୦
ରଜ ମଉଜ ଗାଆଁ କଲ୍ୟାଣ ଚାହିଁବା ପାଇଁ
ବର୍ଷକେ ଆସି ଲୋଟି ପଡୁଛି ହୋଇକି ବାଇ।୧୧
