STORYMIRROR

Ramachandra Bhutia

Abstract Classics Inspirational

4  

Ramachandra Bhutia

Abstract Classics Inspirational

ରିପୁ ଦମନ

ରିପୁ ଦମନ

1 min
226

ଅବଶିଷ୍ଟ ଯୁଦ୍ଧ ମହାଭାରତର

ମନ ମଧ୍ୟେ ଚାଲେ ନିତ୍ୟ ନିରନ୍ତର     ।।

ଅଶ୍ୱ ବା ହସ୍ତୀର ନାହିଁ ପ୍ରୟୋଜନ

ଆତ୍ମବଳେ ସିନା ଚାଲିଅଛି ରଣ      ।।

ମନ ଧନଞ୍ଜୟ ଆତ୍ମା ତାର ସଖା

ପାଞ୍ଚଟି ଇନ୍ଦ୍ରିୟ ଅଶ୍ୱ ତୁଲ୍ୟ ଯୋଖା     ।।

ସେ ତୁରଙ୍ଗ ଜାଣ ବଡ଼ ବେଗମାନ

ଏକୁ ଯେ ଆରେକ କେହୁ ନୁହଁ ସାନ     ।।

ବିଷୟ ନିଗ୍ରହ ଅଟେ ତା ଲଗାମ

ଗତିରୋଧେ ତାର ଆତ୍ମନିୟନ୍ତ୍ରଣ       ।।

ଏମାନଙ୍କ ଛଅ ଶତ୍ରୁ ଯେ ଅଛନ୍ତି

ଆବର ସୈନିକ ଅଛନ୍ତି ପଚିଶି        ।।

କହୁଅଛି ସେହି ଶତ୍ରୁଙ୍କର ନାମ

ମଦ ଓ ମାତ୍ସର୍ଯ୍ୟ ଲୋଭ ମୋହ କାମ    ।।

କ୍ରୋଧ ନାମ ଶତ୍ରୁ ସେ ବଡ଼ ଦୁର୍ଜୟ

କାହାକୁ ଏମାନେ ନ କରନ୍ତି ଭୟ       ।।

ସଙ୍ଗତରେ ଘେନି ପଚିଶି ପ୍ରକୃତି

ଆତ୍ମା ସହ ଛନ୍ତି ଯୁଦ୍ଧରେ ସେ ମାତି     ।।

ପ୍ରତି ମୁହୂର୍ତ୍ତରେ କରେ ଆକ୍ରମଣ

ବ୍ୟୂହ ପରେ ବ୍ୟୂହ କରନ୍ତି ନିର୍ମାଣ      ।।

ଯେ ରୂପେ ଶ୍ରୀକୃଷ୍ଣ ଭାରତ ଯୁଦ୍ଧରେ

ଦ୍ଵିତିକୃଷ୍ଣ ରଖି ଥିଲେ ସଙ୍ଗତରେ       ।।

ଏହିରୂପେ ଆତ୍ମା ସଙ୍ଗେ ରଖି ମନ

କରୁଅଛି ତାର ବେଗ ନିୟନ୍ତ୍ରଣ        ।।

ପ୍ରଭୁ କୃପା ମୋର କବଚ ଯେ ଜାଣ

ତାଙ୍କରି ଆଶିଷ ଅସ୍ତ୍ର କରେ ସାଣ       ।।

ସେହି ଅସ୍ତ୍ରେ ଷଡରିପୁଙ୍କ ଦହନ

ନିଶ୍ଚୟ ତ ଦିନେ କରିବ ଏ ମନ        ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract