ରହସ୍ୟମୟ ଛଳନା
ରହସ୍ୟମୟ ଛଳନା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସପନର ବାଲିଘର ନିଜ ହାତେ ଭାଙ୍ଗି ଦେଇ,
ମୁଣ୍ଡ ଗୁଞ୍ଜିଲି ଏକ ସତସତିକା କଂକ୍ରିଟ୍ ଛାଇତଳେ,
ନିଜକୁ ପ୍ରତିଶ୍ରୁତିି ଦେଇ ,
କେବେ ନ ଫେରିବାକୁ ସେଇ ଚିିିିକ୍ ମିକ୍ ବାଲି କୂୂଳେ ।
ପ୍ରତିଶ୍ରୁତି ପରିଧି ଡେଇଁ ଗଲା,
ତୁମ ମାୟାମୟ ପ୍ରଣୟର ପ୍ରାଙ୍ଗଣ ଭିିତରକୁ ଆସି,
ଆକାଂକ୍ଷା ପୁଣି ଚେଇଁ ଉଠିଲା,
ଉଡ଼ିବାକୁ କେତେ ରଙ୍ଗ ରୂପର ଡେଣାନେଇ ।
ହେଲେ, ଏଇ ସ୍ୱପ୍ନ ଯେ ସ୍ୱପ୍ନ ମାତ୍ର,
ଦିବାଲୋକେ ହରେଇଲା ଅସ୍ତିତ୍ବ,
ପାଦରେ ପାଦ ମିଶିଗଲା,
କିନ୍ତୁ ମାୟାଜାଲେ ଫଶିଗଲା ଚେତନାର ମହତ୍ତ୍ୱ ।
ଯଦିବା ସମୟ ଲାଗିଲା ,
ଅବିଶ୍ୱସନୀୟ କଳ୍ପନା ସତ୍ୟତାର ରୂପ ନେଲା,
ଅବୁଝା ମନ ବିଳମ୍ବେ ବୁଝିଗଲା,
ପ୍ରେମ ଆଢ଼ୁଆଳରେ ତୁୁମ ଛଳନାର ରହସ୍ୟ ।
ହାତ ଧରି ସାଥି ହୋଇ ବାଟ ଚାଲିବାର ,
ଦେଇଥିବା ପ୍ରତିିଜ୍ଞା କଥାରେ ରହିଗଲା,
ଆଉ କାହା ତେଜୀୟାନ ମୁଖମଣ୍ଡଳ ଆଗେ,
ମୋ ଏସିଡ ଖିଆ ଅର୍ଦ୍ଧ ପୋଡା ଚେହେରା ଫିିିକା ପଡ଼ିଗଲା ।
ପୁନଃ ଶରଣାଗତ ମୁଁ ସେଇ ,
ଅବାସ୍ତବ ଭାବନାର ଭଙ୍ଗା କୁଟୀର ତଳେ,
ଆଉ ନ ଲଭିିିବି ସେ ପ୍ରିତୀ ଅନୁରାଗର ଆସର,
ପ୍ରେମ ଯେ ନିଜେ ଜଳେ ପୁଣି ଅହରହ ଜାଳେ ।