ରହସ୍ୟ
ରହସ୍ୟ
ରହସ୍ୟମୟ ଏ ପୃଥିବୀ ଆମର
ନିହିତେ ମିଠା ଓ ଖଟା,
ଶ୍ରେଷ୍ଠ ସ୍ରଷ୍ଟା ସୃଷ୍ଟି ମଣିଷ ଅଟଇ
ମାନବଗୁଣରୁ ଓଲଟା l
ଭଲ ଲାଗିଥାଏ ସେ ରହସ୍ୟ ଗପ
ରହସ୍ୟ ଦିଅଇ ଦୁଃଖ,
ଦିଶେ ସ୍ୱତନ୍ତ୍ର ପ୍ରାଣୀ ରହସ୍ୟ ଘେରେ
ଶିକ୍ଷା ରହସ୍ୟେ ଅନେକ l
ହେଲେ ବି ରହସ୍ୟ ବଞ୍ଚିବାର ଇଚ୍ଛା
ଜନମେ ମରଣ ଥାଏ,
ଲାଗେଟି ରହସ୍ୟ ପଞ୍ଚଭୂତ ପ୍ରାଣ
ଜନ୍ମ ପରେ ଜନ୍ମ ନିଏ l
ଶରୀର ସଂସାର ନିଶା ପାନେ ଧ୍ବଂସ
ରହସ୍ୟ ତାହାର ସ୍ୱାଦ,
ନିଶାଶୂନ୍ୟ ଲୋକ କହିକିପାରିବ
ନିଶା ନିଶାରେ ବୁଡ଼ିବ l
ଖୋଜିବା କଷ୍ଟଟି ର
ହସ୍ୟ କ୍ରୋଧର
କଂସ, ରାବଣ ନାଶରୁ,
ଅଟଇ ରହସ୍ୟ ଅମଳିନ ଶ୍ରଦ୍ଧା
ସେ ଶବରୀ ଉଚ୍ଚିଷ୍ଟରୁ l
ଜାଣନ୍ତି କିଏ ସେ ପ୍ରେମର ରହସ୍ୟ
ଜାଣନ୍ତି ସେ ରାଧାକୃଷ୍ଣ l
କୃଷ୍ଣl ଥିଲେ ପଞ୍ଚପତିଙ୍କର ପତ୍ନୀ
କୃଷ୍ଣ ପ୍ରେମେ ଅମଳିନ l
ଜାଣି କେ କହିବ ଜୀବନ ରହସ୍ୟ
କେଉଁଠି ଭେଟ କାହାକୁ,
ବନ୍ୟାର ଲୁହ କେବେ ପୁଣି ସିଏ
ଭେଟେ ସେ କେବେ ହସକୁ l
ସ୍ୱୟଂ ନିରାକାର ଅଦୃଶ୍ୟ ରହସ୍ୟ
ଶୂନ୍ୟେ ରହସ୍ୟ ସର୍ବତ୍ର,
ରହସ୍ୟ ରହସ୍ୟ ଏ ସୃଷ୍ଟି ରହସ୍ୟେ
ମଣିଷ ନିମିତ୍ତ ମାତ୍ର l