ରହସ୍ୟ
ରହସ୍ୟ
@ଡଃଜ୍ୟୋତ୍ସ୍ନା ମିଶ୍ର,ବାଙ୍କୀ, କଟକ
ଅଛି ସେ କୋଣାର୍କ
ଅଛି ଚନ୍ଦ୍ରଭାଗା ତଟ
ସ୍ମୃତି ସବୁ ସାଇତା ରହିଛି
ସମୁଦ୍ରର ଢେଉ
କେବେ ଛୁଉଁ ଥିଲା
ଏଇ କୋଣାର୍କ
ମନ୍ଦିର ବେଢ଼ାକୁ,
ସାଗର ବି ଅଛି,
ଖାଲି କୋଣାର୍କ ଠୁ
ବେଳାଭୂମିର ଦୂରତା
ରହସ୍ୟଯୁକ୍ତ ହୋଇଛି,
କାହିଁ କେତେଦୂର
ଘୁଞ୍ଚି ସେ ଯାଇଛି ।।
ବାରଶହ ବଢେଇଙ୍କ
କଳା ଓ କୌଶଳ
ସତେ କିବା ଥିଲା ସେ ନିଷ୍ଫଳ !
ମାତ୍ର ବୟସ ଯେ ଥିଲା
ବାଆର ମାତ୍ର
କୋଣାର୍କର ଚୂଳ ମାରି
ହୋଇଗଲା ସୁନାମର ପାତ୍ର ।।
ରହସ୍ୟ ଲାଗୁଛି
ରାଜାଙ୍କର ନିୟମ
ପାଇଁ କି ଗାରିମା,
ଧୈର୍ଯ୍ୟ ଓ ବୀରତ୍ବର !
ଗୁଣବାନ ନଥିଲେ କି ସେହି ?
କି ବିଚାର ଥିଲା ?
କାଟିଥାନ୍ତେ ଶିର
ପୁଣି ମନ୍ଦିର ନିର୍ମାତା ଥିଲେ
ଯେଉଁ ବାରଶହ ବଢେଇଙ୍କର??
ମୁକସାକ୍ଷୀ ମନ୍ଦିରର
ଚିତ୍ର ପଟ ଦେଖି
ରଜାଙ୍କର ଜୟଗାନ ହୁଏ
ମିଳେ କେତେ ଶାନ୍ତି,
କେମିତି ବିଚିତ୍ର ବଢେଇ
ନିଜ ସହ ଖୋଜୁଥିଲେ ମୁକ୍ତି,
କିଛି ନହରାଇ ଶକ୍ତି ।।
ସୂର୍ଯ୍ୟଙ୍କର ଉପାସନା ଘଡି
ସମୟର ସଠିକ ଆକଳନ,
ଗୋଟେ ରଥର ଚକ ଓ
ଅଖ ମିଶି ଦିଅନ୍ତି;
ସେ ବେଳର ଗଣିତର ମାନ ।।
ରହସ୍ୟ ତ ମହାକାଶ,
ପୃଥିବୀ, ଚନ୍ଦ୍ରର ଅନେକ
ସମୀକ୍ଷା ଅନେକ ଯେ ପ୍ରଶ୍ନ !
ଆଜି ବି ରହସ୍ୟ
ରାହୁ କେତୁ ଗ୍ରହ ସମାଚାର,
ଅନ୍ତହୀନ ବିଜ୍ଞାନୀ ଓ
ହେତୁବାଦୀଙ୍କ ବିଚାର,
କାହାପାଇଁ ଏ ସବୁତ
ବିଭ୍ରାନ୍ତିକର ଖବର।।
ରହସ୍ୟ ଯେ କାଳିଆ ଠାକୁର,
ପକ୍ଷୀଟିଏ ଉଡେନାହିଁ
କେବେ ଶ୍ରୀମନ୍ଦିରର ଶିଖେ,
ଛାଇ ପଡେନାହିଁ କେବେ
ମନ୍ଦିର ବେଢାରେ,
ପବନର ଦିଗେ କେବେ
ଉଡେନାହିଁ ନେତ,
ଆନ ଦିଗେ ଉଡୁଥାଏ
ନୀଳାଚଳ ବାନା,
କେବେ ସରେନାହିଁ ତା'
ଭଣ୍ଡାର ଚାଉଳର ଦାନା
କେବେ ବି ଅଭଡା ବଳକା ହୁଏନି
ଶୁଣୁନି ବି କବେ ଅଭଡା ଅଣ୍ଟିନି ।।
କି ରହସ୍ୟ ଯେ ଏ ଅଭଡା ହାଣ୍ଡିର
ଅନ୍ନ ହୁଏ ଆଗ ଉପର ପାତ୍ରରେ
ସର୍ବ ଶେଷେ ଅନ୍ନ ହୁଏ
ପ୍ରଥମ ପାତ୍ରରେ,
ବିଶେଷତା ଥାଏ ନିରନ୍ତର
ଜୀବାଣୁ ରହିତ ଖାଦ୍ୟ,
ନାହିଁ ତାର ପଟାନ୍ତର ।।