STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ରଘୁକୂଳ ତିଳକ

ରଘୁକୂଳ ତିଳକ

1 min
238


ଅବଧ ନଗରେ ଆଜି ବାଜୁଛି ଖୁସିର ବାଜା

ଆସିବେ ରଘୁନାଥ ଦେଖିବେ ଅବଧ ପ୍ରଜା

କେତେ ଦିନେ ଦଶରଥ ଘରେ ପୁତ୍ର ଜନ୍ମ ନେବ

ନିରାକାର ରୂପ ନେବେ,

 ହୋଇବେ ମାନବ

ସବୁ ଦୁଃଖୀଙ୍କର ହେବ ଦୁଃଖର ଅନ୍ତ

ଚାହିଛନ୍ତି କେତେ ଜ୍ଞାନୀ ସାଧୁ ସନ୍ଥ

ଆନନ୍ଦ ହୋଇଛି ମହି କରନ୍ତି ସଭିଏଁ ପୂଜା

ଯେତେ ବେଳେ ଅଧର୍ମ ସାଥେ ହୁଏ ଅତ୍ୟାଚାର

ଭକ୍ତଙ୍କ ଉଦ୍ଧାର ଲାଗି ହୁଏ ତ ଅବତାର

ସତ୍ୟ କୁ ପାଳିବେ ପ୍ରଭୁ ରଘୁ କୁଳ ତିଳକ

କୋଦଣ୍ଡ ଧାରୀ ହେବେ ଧର୍ମର ସ୍ଥାପକ

ଆସହେ ଅବତରି ଉଡାଇ ଧର୍ମ ର ଧ୍ଵଜା

ସୁରେଶ ଚନ୍ଦ୍ର ପାଢୀ (ବୁଗୁଡ଼ା)ଗଂଜାମ


Rate this content
Log in

Similar oriya poem from Inspirational