ରଘୁବୀର
ରଘୁବୀର
କି ଶୁଭ ଲଗନେ ଜନମି ମହୀରେ
ଧନ୍ୟ କଲ ଏ ସଂସାର
ହେ ପୁରୁଷୋତ୍ତମ ସୀତାପତି ରାମ
ଦାଶରଥି ରଘୁବୀର।
ଋଷ୍ୟଶୃଙ୍ଗ ବରୀ ସେ ଜରତା ନାରୀ
ପୁତ୍ରେଷ୍ଟି ଯଜ୍ଞ ଖବର
ଯଜ୍ଞ ଚରୁ ପାଇ ତିନି ରାଣୀ ଖାଇ
ଗର୍ଭ ଧାରଣ ସତ୍ୱର
ପ୍ରଭୁ ଜନମିଲେ ନାମ ବୋଲାଇଲେ
ସୂର୍ଯ୍ୟବଂଶୀ ରଘୁବୀର ।
ପିତୃସତ୍ୟ ପାଳି ବନେ ଗଲ ଚଳି
ସିଂହାସନ କରି ଦୂର
ଛାଡ଼ି ରାଜବସ୍ତ୍ର ହସ୍ତେ ଧରି ଅସ୍ତ୍ର
ରାଜ୍ୟରୁ ହୋଇ ବାହାର
ମୁନିଋଷି ଖୁସି କେତେ ଦୈତ୍ୟ ନାଶି
ଯଜ୍ଞ କରିଲ ସାକାର ।
ଗୌତମ ଶାପ୍ୟରେ ଅହଲ୍ୟା ବନରେ
ହୋଇଥିଲା ଯେ ପଥର
ତୁମ ପାଦ ସ୍ମରି ସେ ଅବଳା ନାରୀ
ସବୁ ଦୁଃଖ କଲା ଦୂର
ତୁମରି ସ୍ପର୍ଶରେ ପୁନଶ୍ଚ ଧରାରେ
ପୁନର୍ଜନ୍ମ ହେଲା ତାର ।
ବିଜ୍ଞାନୀ କୈବର୍ତ୍ତ କରି ପାଦ ଧୌତ୍ତ
ନାବରେ ଗଙ୍ଗା ଜଳର
କରିଦେଲା ପାରି ନ ହୋଇ ବଇରୀ
କୃପା କରିଲେ ଠାକୁର
ଡ଼ଙ୍ଗା ହେଲା ସୁନା କୈବର୍ତ୍ତ ଭାବନା
ଶାହା ହେଲେ ଚକ୍ରଧର ।
ସୁଗ୍ରୀ ସଙ୍ଗେ ମିତ ବାଳୀ କଲ ହତ
ଦେଲ ତାକୁ ରାଜ୍ୟଭାର
ଚରଣ ପୂଜନ କରି ହନୁମାନ
ବୁଝିଲା ସୀତା ଖବର
ଜଟାୟୁ ପକ୍ଷୀଟା ହେଲା ହଟହଟା
ମୁକ୍ତି ଦେଲ ରାମାବର।
ଲଙ୍କାର ରାଜନ ଅଟେ ଦଶାନନ
ଗର୍ବ ଭାଙ୍ଗିଲ ତାହାର
ରାବଣକୁ ମାରି ସୀତାଙ୍କୁ ଉଦ୍ଧାରୀ
ଉଷାଶୀ ପୃଥିବୀ ଭାର
ରାଜା ବିଭୀଷଣ କରି ରଘୁରାଣ
ମାନ ରଖିଲ ଲଙ୍କାର ।
ପ୍ରଜାଙ୍କର ମନ ଚିନ୍ତି ଭଗବାନ
ଭ୍ରମଣ ରାତ୍ରେ ନଗର
ରଜକ ରଜକୀ କଳି ପ୍ରଭୁ ଦେଖି
ଘୁରିଲା ମଥା ତୁମର
ପ୍ରଜାଙ୍କ ହିତରେ ଲକ୍ଷ୍ମଣ ହସ୍ତରେ
ସୀତା ପେଶିଲେ ବନର ।
ଏ ପୁଣ୍ୟ ତିଥିରେ ସଭିଏ କୁହରେ
ଜୟ ରାମଚନ୍ଦ୍ରଙ୍କର
ଛାଡ଼ି ସର୍ବ କାମ ଭଜ ସୀତାରାମ
ମନୋବାଞ୍ଛା ପୂର୍ଣ୍ଣ କର
ଜୟ ଶ୍ରୀରାମକୁ ନଭାବି ଅନ୍ୟକୁ
ପାଦପଦ୍ମରେ ଜୁହାର ।