ରେ ମନୁଆ
ରେ ମନୁଆ
କି ଲାଭ ଏ ଜୀବ ଥାଇରେ ମନୂଆ
କିଲାଭ ଏଜୀବ ଥାଇ ॥
ଅନିତ୍ୟ ସଂସାରେ ବୃଥାରେ ଭ୍ରମୁଛୁ
ହରିଭାବ ହୃଦେ ନାହିଁରେ ମନୂଆ
କି ଲାଭ ଏ ଜୀବ ଥାଇ । ଠା
ଭବାର୍ଣ୍ଣବେ ପଡି ଘାଣ୍ଟିଣ ହେଉଛୁ
ମାୟାମୋହେ ଅନ୍ଧ ହୋଇ ,
ଧନ-ଦାରା_ସୁତ ଆବୋରି ରହିଛୁ
ଏ ସବୁ ନିମିତ୍ତ ପାଇଁରେ ମନୂଆ ...
କି ଲାଭ ଏ ଜୀବ ଥାଇ . . . I୧I
ଶ୍ରୀକୃଷ୍ଣ ବିମୁଖ ହେଲେରେ ମନୂଆ
କର୍ମ ଅଭାଗ୍ୟ ହୁଅଇ,
ଗୁରୁ ଧର୍ମଦୀକ୍ଷା ବଞ୍ଚିତ ହୋଇଲେ
କାହୁଁ ସୁଖ ବାଞ୍ଛା ପାଇରେ ମନୂଆ ..
କି ଲାଭ ଏ ଜୀବ ଥାଇ . . . I୨I
ଯେ କୃଷ୍ଣ କଥାମୃତ ରସ ମନୂଆ
ପାନ ସର୍ବଦା ଇଚ୍ଛଇ,
ଶ୍ରୀକୃଷ୍ଣ ଚରିତ ଅଟେ ତୀର୍ଥ ପଦ
ବିଷୟ ବିଷ ହରଇ ରେ ମନୂଆ . . .
କି ଲାଭ ଏ ଜୀବ ଥାଇ . . . . I୩I
ଯେ ହରି କଥନେ ବିମୁଖ ମନୂଆ
ଜୀବନ ଦୁଃଖି ହୁଅଇ,
ଶ୍ରୀହରି ଗୁଣକୁ ମନରେ ନଗୁଣେ
ତାସମ ଅଧର୍ମୀ ନାହିଁ ରେ ମନୂଆ . . .
କି ଲାଭ ଏ ଜୀବ ଥାଇ . . . I୪I
ବେଳ ଥାଉଁ ସାବଧାନରେ ମନୂଆ
ଶ୍ରୀକୃଷ୍ଣ ଚରଣେ ମତ୍ତି,
କର ସାଧୁସଙ୍ଗ ଶୁଣ କୃଷ୍ଣରଙ୍ଗ
ଚରଣେ ଶରଣ ଯାଇରେ ମନୂଆ . . .
କି ଲାଭ ଏ ଜୀବ ଥାଇ . . . I୫I
ଶ୍ରୀରାଧାମାଧବ ପାଦେରେ ମନୂଆ
ଶରଣ ପଶ ତୁ ଯାଇ,
ଥରେ ଯେବେ ଭେଟ ପାଇବୁ ପ୍ରଭୁଙ୍କୁ
ଆଉ ଲେଉଟିବୁ ନାହିଁରେ ମନୂଆ . . .
କି ଲାଭ ଏ ଜୀବ ଥାଇ . . . । ୬।
