ରାତ୍ରୀ ରାଣୀ—୨
ରାତ୍ରୀ ରାଣୀ—୨
ବିଭାବସୁ ଗତେ ବିଭାବରୀ ଆସେ
କଳା ଓଢ଼ଣୀକୁ ଟାଣି ,
ବିବିଧ ସୁମନେ ସୁସଜ୍ଜିତ ହୋଇ
ଧୀରେ ଆସ ରାତ୍ରୀରାଣୀ ।
ବିଭାସିତ ହୁଏ ସୌଭାଗ୍ୟର ଟୋପା
ଜହ୍ନ ହିଁ ଶାେହେ କପାଳେ ,
ବିଭିନ୍ନ ବିଭବ ବଦନରେ ଶୋଭେ
ଚିକିମିକି ତାରା ମେଳେ ।
ବିଭୂଷଣେ ଶୋଭି ଆ'ଗୋ ରାତ୍ରୀରାଣୀ
ଜହ୍ନ ତାରା ସାଥେ ମେଳେ,
ବିମୁଗ୍ଧା ହୋଇଣ ବିଚରଣ କର
ଶାନ୍ତ ଏ' ଆକାଶ ତଳେ ।
ବିମୋହନ କର ସକଳ ପ୍ରାଣୀଙ୍କୁ
ସଜାଇ ସପନପୁରୀ ,
ବଧୂ ବେଶ ଧରି ଆସ ଥିରି ଥିରି
ନିଦ୍ରା ଦିଅ ନେତ୍ରେ ଭରି ।
