STORYMIRROR

Satyanarayan Sahoo

Romance Others

4  

Satyanarayan Sahoo

Romance Others

ରାତି ସରି ଗଲା ସପନ ଅଧା

ରାତି ସରି ଗଲା ସପନ ଅଧା

1 min
396


ରାତି ସରି ଗଲା , ସପନ ଅଧା 

ମନେ ଘାରେ ଏବେ ଦୁଃଖ ଓ ଦ୍ୱିଧା ।

କେଡ଼େ ମନଲୋଭା ଦିବ୍ୟ ପୁଲକ

 ପ୍ଲାବନ ଖେଳାଇ ଜୀବନେ ଦୁଃଖ ।

ଶୋକ ତାପ ପୀଡା ଯନ୍ତ୍ରଣା ଧାରା

ସପନ ଲହରୀ ଭୁଲାଉ ଥିଲା ।

କେତେ ଅଟ୍ଟାଳିକା ତୁଙ୍ଗ ପ୍ରାସାଦ

ଦିବ୍ୟାଲୋକ ଧାରେ ଯେ ମନବୋଧ ।

କରି ଦେଖାଇଲା ଗ୍ରାମ ନଗର

ନଦ , ନଦୀ , ଗିରି , କାନନ ସର ।

ସପନ ନାୟିକା କେତେ ଖୁସି ରେ

ହସି ହସି ଖିଲି ଖିଲି ମୁଖ ରେ ।

 ଚୋରା ଚାହାଣି ରେ ଚୋରା ପିରତି

ରଚି ବହୁ ବିଦ୍ଧ ବିଭା ବରଷି ।

ହରଷ ବଦନେ ଚାରୁ ଲପନେ

ହରି ନେଲା ମନ ମୋର ସପନେ ।

ଭିଜେଇ ଦେଇଛି ସପନ ମାୟା

ମରୀଚିକା ପଛେ ଭ୍ରମିଲି ଆହା ।

ସପନ ଗୋପନ ଲୋକେ ଚେତନା

 ଜାଗ୍ରତ ପରାଏ ଖେଳିଲା ସିନା ।

 ରୂପେଲି ବର୍ଣ୍ଣାଢ଼୍ୟ ଭାବ ସମ୍ଭାର

ଉନ୍ମାଦନା ଅନୁଭୁତି ର ଭାର ।

ପ୍ରକୃତି ଲୀଳା ନୃତ୍ୟ ଗୀତ କଳା 

କୌଶଳ ବିପୁଳ ବିଭୂତି ବୋଳl ।

ବିଲୋକୁ ବିଲୁକୁ ନିଦ୍ରା ଭାଜିଲା

ଚାହିଁଲା ବେଳକୁ ରାତି ସରିଲା ।

 ବେଳ ଦ୍ୱିପ୍ରହର ବେଳେ ହଠାତ୍

ଆଖିକୁ ଖୋଲି ମୁଁ ହେଲି ଚକିତ ।

କାହିଁ ଗଲା ମୋର ସ୍ବପ୍ନ ଦୁନିଆଁ

ଜାଗ୍ରତ ଜଗତେ ସ୍ୱାର୍ଥର ମାୟା ।

 ଅଧୁରା ସପନେ ଉଠିଲି ଯେବେ

ସ୍ବପ୍ନ ପରିଣତି ଦେଖିବି କେବେ ????


Rate this content
Log in

Similar oriya poem from Romance