STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ରାତି ପାହିଗଲା

ରାତି ପାହିଗଲା

1 min
310


ସିନ୍ଦୁରା ଫାଟିଲା  ରାତି ପାହିଗଲା

    ତାରକା ହେଲେ ନିଉନ

ପ୍ରାଚୀ ଦିଗେ ରବି   ଉଇଁକି ଆସନ୍ତି

     ଦିବସର ଆଗମନ।


ପ୍ରତ୍ୟୁଷ କଳାରେ  ଦ୍ଵାରଫିଟା ନୀତି

      ସିଂହଦ୍ଵାର ମୁଖରିତ

ଓଁ କାର ଶବଦ    ବେଦ ମନ୍ତ୍ର ଧ୍ଵନି

   ହରିବୋଲରେ ଘୋଷିତ।


ପଣ୍ଡା ପଢ଼ିଆରି    କର୍ମଠ ହୁଅନ୍ତି

    ବଡ ଦେଉଳର ନୀତି

ଗୋଟିଏ ଗୋଟିଏ  କ୍ରମ ଅନୁଯାୟୀ

     କ୍ଷଣ ଅନୂପାତେ ଗତି।


କାହିଁ କେତେ ଆଡୁ  ଭକତ ଆସନ୍ତି

    ଜଗା ଦରଶନ ପାଇଁ

ତାର ଡୋରି ବିନା  ନହୁଏ ସମ୍ଭବ

     ସମୟକୁ ରହେ ଚାହିଁ।


କୃଷକ ଶ୍ରମିକ   ସୈନିକ ସୀମାନ୍ତେ

    ଟେକିଦେଇ ବେନିହାତ

ନିଜ ନିଜ କର୍ମେ   ଜଡ଼ିତ ହୁଅନ୍ତି

     ସାକ୍ଷୀ ରଖି ଜଗନ୍ନାଥ।


ବିଶ୍ୱପିତା ତୁମେ  ବିଶ୍ଵର କରତା

    ସକଳ ପ୍ରାଣୀର ଇଶ

ତୁମଲାଗି ଏକା ଭବ ଲୀଳା ଚାଲେ

     ସଭିଙ୍କର ଶେଷ ଆଶ। 


ହେ ମଙ୍ଗଳମୟ   ବିଶ୍ୱର ନିୟାନ୍ତା

    ଏକ ବ୍ରହ୍ମ ଅନ୍ୟ ନାହିଁ

ସର୍ବତ୍ର ଦେଖଇ   ତୁମରି ସ୍ୱାକ୍ଷର         

   ଆପେ ମଥା ଯାଏ ନଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics