ରାମନବମୀ
ରାମନବମୀ
ତୁମେ ହିଁ ଶ୍ୟାମ ତୁମେ ହିଁ ରାମ
ତୁମେ ରଘୁକୁଳ ତିଳକ
ତୁମେ କୋଦଣ୍ଡଧାରୀ ପିତୃଆଜ୍ଞା
ପାଳନକାରୀ ସୁଶାସକ
ରାମଚନ୍ଦ୍ର ରଘୁନାଥ ହନୁମାନ ତଵ ଭକ୍ତ
ଶ୍ରେଷ୍ଠ ପ୍ରଜାନୁରଞ୍ଜକ
ବାଳିଙ୍କୁ ବଦ୍ଧ କରି ସୁଗ୍ରୀବଙ୍କୁ କଲ ପାରି
ବାନ୍ଧିଲ ସେତୁବନ୍ଧ ଅଳୀକ
ରାମ ନାମେ କି ରସ ଅଛି ପାନ କଲା
ଲୋକ ବସି ଭାବୁକ
ରାମ ଚରିତ ମାନସ ହଉମାନ ଚାଳିଶା
ଯେହୁ ପଢେ ପାଠକ
ରାମ ରାମ ରାମ ଜପ ନିରନ୍ତର ହେବ ପାର
ସଂସାର ପଥେ ସେ ରକ୍ଷକ
ରାମନବମୀରେ ଅଯୋଧ୍ୟା ଦେଶରେ
ହୁଏ କେତେ କାର୍ଯ୍ୟ କାରକ
ରାମ ମନ୍ଦିରରେ ରାମଲାଲା ଥରେ ଫେରି
ଚାହଁ ବାରେ ଏ ଗୋଲକ
ତୁମ ରାଜ୍ୟ ପୁଣି ଫେରିଆସୁ ପ୍ରଭୁ ସେଦିନ
ହସିଉଠୁ ରାଜା ପ୍ରଜା ପାଳକ
କିଏ ଶାସକ କିଏ ସୁଶାସକ କିଏ ଏଠି
ତୁମ ଛଡା କୁହ ରକ୍ଷକ
ଫେରିଆସ ପୁଣି ତୁମ ଜନମ ଦିନେ ବାରେ
ଜୟ ଶ୍ରୀରାମଙ୍କ ମହକେ ମହକ ।।