STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଅଶାନ୍ତ ଝଡ

ଅଶାନ୍ତ ଝଡ

1 min
218

  

       ବିଶ୍ୱର କୋଣେ ଅନୁକୋଣେ

       ଆଜି ଅଶାନ୍ତ ଝଡ

       ବିଶ୍ୱ ଆଜି ଥର ହର

       ସବୁଠି ବୋହୁଛି ଅଶାନ୍ତ ସମୀର

       ଘରେ ଅଶାନ୍ତ

       ବାହାରେ ଅଶାନ୍ତ

       କର୍ମ ସ୍ଥଳୀରେ ବି ଅଶାନ୍ତ

       ବିଶ୍ୱ ଆଜି ଦଗ୍ଧୀଭୂତ ll

        କରୋନା ତାଡନା

        ପଙ୍ଗପାଳ ନିର୍ଯାତନା

         ବନ୍ୟା ବାତ୍ୟାର ଭତ୍ସନା

         ରାଜନୀତି ର ଛଳନା

        ପ୍ରାଣ ଭୟର ଆସ୍ଫାଳନା

        ଆଉ ମାନସିକତାର ଅଶୁଂତଳନା ll

      ଘରେ ଘରେ ସଂକ୍ରମଣର ଭୟ

      ଯୁବକ ରୋଜଗାର ହୀନ

       କିଛି ଚାକିରିଆର ବି ଘଟୁଛି ଅବସାନ

       ସୁପ୍ତ ଜର୍ଜର

       କଟକଣାର ଜଞ୍ଜିର

       ଅଣନିଶ୍ୱାସୀ ନାଗଫାସର

       ଚକ୍ରବ୍ୟୁହ ଅର୍ଗଳୀର

       ଭଟ୍ଟା ପଡିଛି ମାନବିକତାର ll

      ଜୀବନ ଆଜି କୁରୁକ୍ଷେତ୍ର

      ଖାଲି ଯୁଦ୍ଧ ଆଉ ଯୁଦ୍ଧ

      ବହିଚାଲିଛି ରକ୍ତର ଲହରୀ

      ବାଜୁଛି ଡେଙ୍ଗୁରା ମାନବର

      ପ୍ରକୃତି ସହ ଲଢେଇରେ ଆଗଭର

      ହାର ଜିତର ଛିତା ପଟା

      ଅଶୁଭ ଛାଇର ଘନଘଟା

     ଶୁଭେ ଗଗନରୁ ଖାଲି ବଜ୍ର ହୁଙ୍କାର

      ହୃତପିଣ୍ଡ ଧଡଧଡ଼

      ବୋହେ ଆଜି ଅଶାନ୍ତ ଝଡ ll

     ଆଜି ମନ ଅଶାନ୍ତ

           ପ୍ରାଣ ଅଶାନ୍ତ

           କୋହ ଅଶାନ୍ତ

           ଦେହ ଅଶାନ୍ତ

     ଭାବ ସୁପ୍ତ ଆବେଗ ଅନ୍ତ

     ପ୍ରକୃତି ଜଳୁଛି ହୃଦୟ କାନ୍ଦୁଛି

      କଳି ପେଷୁଛି

      ସତ୍ୟ ଆଗେ ମିଥ୍ୟା ବନ୍ଧା ପଡିଛି 

       ଧର୍ମ କାନ୍ଦୁଛି

       ଅଧର୍ମ ହସୁଛି

      ବିଛିହ୍ନ ଦାନବ ଚିତ୍କାର କରୁଛି 

      କୋଣେ ଅନୁକୋଣେ

      ଅଶାନ୍ତ ଝଡ ବୋହୁଛି

      ଅଶାନ୍ତ ଝଡ ବୋହୁଛି ll

        

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract