ମୟୁର ଚନ୍ଦ୍ରିକା
ମୟୁର ଚନ୍ଦ୍ରିକା
ନୀଳ ମନୋହର ମୟୁର ଚନ୍ଦ୍ରିକା ସଜେଇ ହେଇଚି ମୋ କାଳିଆ କେଶରେ ,
ଅନ୍ୟଙ୍କ କୁନଜରକୁ କାଟିବାକୁ ମା ଯଶୋଦା ଦେଇ ଥିଲେ ସଜେଇ ମୋ କୃଷ୍ଣଙ୍କ କେଶରେ ,
ହେ ନଟ ନାଗର ସେ ଦିଶେ କେଡେ ଶୋଭବନ କେବଳ ସ୍ଥାନ ପାଇ ତୁମ ମଥାରେ ,
ହେ ମାୟାଧର ମୁଁ ହୁଏ କ୍ଷଣେ କ୍ଷଣେ ଅସ୍ଥିର ପଡି ତା ଅପରୂପ ମାୟାରେ ।।
ପୁଣି ବଂଶୀ ତୃପ୍ତ ପାଇଁ ତୁମ ନାଲି ଅଧର ସ୍ପର୍ଶରେ ,
ତୁମ ଶ୍ରୀ ଅଧର ଯେ ଲାଗିଲା ବୋଲି ତା ଉପରେ ,
ହେ ବନମାଳୀ ବନଫୁଲ ହସେ ପାଇଁ ସ୍ଥାନ ତୁମ ଗଳାରେ ,
ହେ ପିତାମ୍ବର ଆଜି ଖିଲିଖିଲି ହସେ ପିତାମ୍ବରୀ ତୁମ ଦେହ ସ୍ପର୍ଶରେ ।।
ଗୋପ ଗୋପୀ ମାନେ ଯେ ଧନ୍ୟ ପାଇଁ ତୁମ ସାନିଧ୍ୟ ,
ହେ ଗୋବିନ୍ଦ ତୁମେ ଯେ ଗୋରୁଙ୍କ ଇନ୍ଦ୍ର ,
ସୁଦାମା ଯେ ଧନ୍ୟ ତୁମେ କଲ ତାଙ୍କୁ ତୁମ ପ୍ରିୟ ମିତ୍ର ,
ମହାସତୀ ଦ୍ରୌପଦୀ ଯେ ଅତି ପୁଣ୍ୟବତୀ କଲ ତାଙ୍କୁ ସଖୀ କୃଷ୍ଣ। ତୁମେ ଯେ କେତେ ଦୟାବନ୍ତ ।।
ହେଲେ ପ୍ରଭୁ କେକୀ ପର କୁ ରଖିଲ ମସ୍ତକେ ,
ନାମିତ କରି ମୟୂର ଚନ୍ଦ୍ରିକା ରୂପେ ,
ହେଲେ ମୁ ଏକ ହୀନ ଦୀନ କୃପା ରଖିଥାଅ ଦେଇ ତୁମ ସାନିଧ୍ୟ ଟିକେ ,
ହେ ଜଗନ୍ନାଥ ମହାବାହୁ କର କୃପା ଦେଇ ଦର୍ଶନ ନିମିଷେ ।।
ହେ କୃଷ୍ଣ କେଶବ ନୀଳମାଧବ ଯୋଗେଶ୍ୱର ,
ହେ କଳା ବାମନ ମୋ ଆତ୍ମା ହୃଦୟେ ଆଙ୍କିଦିଅ ତୁମଛବି ରହୁ ହେଇ ସବୁଦିନର ,
ହେ ଜଗନ୍ନାଥ ଏତିକି ଆଶିଷ ଦିଅ ମହାପ୍ରଭୁ ଧୋଇବି ମୁଁ ତୁମ ପଦ୍ମପାଦ ଢାଳି ମୋ ଲୁହ ଦୁଇଧାର ,
ହେ ଯଶୋଦା ମାତାଙ୍କ ଅନ୍ଧଲଉଡି ଏତିକି କରୁଣା ହେଉ ମୃତ୍ୟୁ ପରେ ମୋତେ ସ୍ଥାନ ମିଳୁ ତୁମ ଶ୍ରୀପୟର ରଜର ।।