Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

3  

Ansuman Swain

Classics

ହେ ମହାବହୁ

ହେ ମହାବହୁ

1 min
196


ରକ୍ଷା କର, ରକ୍ଷା କର ଆହେ ଦାରୁବ୍ରହ୍ମ

      ତୁମେତ ମୁକ୍ତିର ଦାତା ତୁମେ ଘନଶ୍ୟାମ......

ଗ୍ରାସିଲାଣି ମହାମାରୀ

           ନେଲାଣି ଜୀବନ

ଭାଈ ବନ୍ଧୁ କୁଟୁମ୍ବକୁ

              କଲାଣି ବାରଣ

ଲିଭୁନାହିଁ ଜୁଇ ଘାଟ

           ଜଳୁଛି ଜଗତ

କାହାକୁ ଅନାଥ କରି

         ଦେଉଛି ଆଘାତ

ନିରବେ ରହିଛ କିଆଁ

           ହେ ଚକା ନୟନ

ଖୋଲିଦିଅ ସବୁଆଜି

             ତୁମରି ବନ୍ଧନ

ରକ୍ଷା କର, ରକ୍ଷା କର ଆହେ ଦାରୁବ୍ରହ୍ମ

   ତୁମେତ ମୁକ୍ତିର ଦାତା ତୁମେ ଘନଶ୍ୟାମ.......

କାନ୍ଦୁଅଛି ମାତା ନିତି

      ବାହୁନି ,ବାହୁନି

ପୁଅର ଖବର ଆଉ

       ଶୁଣି ସେ ପାରୁନି

ସ୍ୱାମୀର ଫେରିବା ବାଟ

        ଚାହିଁଛି ଘରଣୀ

ସ୍ୱାମୀ କିନ୍ତୁ ଫେରୁ ନାହିଁ

          ଯାଉଛି ମଶାଣି

ତମ ଶ୍ରୀଚରଣେ ଅଂଶୁ

           କରୁଛି ଜଣାଣ

ଖୋଲିଦିଅ ସବୁଆଜି

             ତୁମରି ବନ୍ଧନ

ରକ୍ଷା କର, ରକ୍ଷା କର ଆହେ ଦାରୁବ୍ରହ୍ମ

   ତୁମେତ ମୁକ୍ତିର ଦାତା ତୁମେ ଘନଶ୍ୟାମ.......।



Rate this content
Log in

Similar oriya poem from Classics