ମାଆ
ମାଆ
ଯାର୍ କୁଲେ ମୁଇଁ ଜନମ୍ ହେଇଛେଁ
ସେ ଏଖା ମୋର୍ ମାଁ ,
ମହୁ ଠାନୁ ବେଶୀ ଲାଗସି ମଧୁର୍
କେଡେ ସୁନ୍ଦର୍ ତାର୍ ନାଁ ।
ମନ୍ ଟା ତାର୍ କଏଁଲି ପତର୍
ଆଏ ସେ ଆକଟମୟୀ ,
ଛୁଆକେ ବାନ୍ଧିଛେ ସେନେହର୍ ଡୋରେ
ସରଗର୍ ସୁଖ୍ ଦେଇ ।
ଦଶ୍ ମାସ୍ ଧରି କେତେ ଦୁଃଖ୍ ସହି
ଜନମ୍ ଦେଇଛେ ମତେ ,
ଜର୍ ତପ୍ ହେଲେ ରାଏତ୍ ସାରା ବସି
ଜୁଗି ରହିଥିସି ସତେ ।
ତାର୍ ପନତ୍ ତଲେ ସବୁ ସୁଖ୍ ମୋର୍
ନାଇଁ ନୁରେଁ ପକ୍କା ଘର୍ ,
ତାର୍ ନାଁ ଧରି ବାଟ୍ ଚାଲୁଥିଲେ
ନାଇଁ ଲାଗେ ମତେ ଡର୍ ।
ଜୀଇଁ ଥିବାରତକ୍ ମନ୍ ଦେଇ ମୁଇଁ
କରୁଥିମି ତାର୍ ସେବା ,
ତାର୍ ଦୟା ନ ତରି ଜିମି ମୁଇଁ
ଜୀବନ୍ ମୋର୍ ଧଏନ୍ ହେବା ।