ଅମୃତ ମୟ ଉତ୍କଳ (୪)
ଅମୃତ ମୟ ଉତ୍କଳ (୪)
ଏହି ମୋ ଉତ୍କଳ ଆର୍ଯ୍ୟ ଗୈାରବ ର
ପୁତ ପୁଣ୍ୟ ଭୂମି ଯାର
ମହିମା ବିସ୍ତାରେ ଗମ୍ଭିରେ ଝଙ୍କାରେ
ଗୀତ ଦିଗ ଦିଗାନ୍ତର ।
ଯାର ଜ୍ଞାନାମୃତ ପାନରେ କୃତାର୍ଥ
ହୋଇଛି ଜୀବନ ମୋର
“ଯାର ତେଜ” ଦେଶେ ଦେଶେ ବିଭାଷିତ
ହୀରା ସମ ସମୁଜ୍ଜ୍ଵଳ ।
ମହାରଥି “ମହା- ବାହୁ”ବୀରମଣି
ପ୍ରତାପେ ଅରାତି ଥରେ
ଚଣ୍ଡାଶୋକ ଯହିଁ ଧର୍ମାଶୋକ “ହୋଇ
ଗଲେ” ୟେ ଜାତି ଦର୍ପରେ ।
ଐର ଖାରବେଳ ଗଙ୍ଗବଂଶ ବୀର
ଉତ୍କଳ ଇତିହାସରେ
ରଖିଛି ପାଇକ ମହତ୍ଵ ଅମୃତ
ପ୍ରଭା ଦେଶ ଦେଶାନ୍ତରେ ।
ତାପଙ୍ଗ ଗଡର ଦଳବେହେରା କି
ଜଇ ରାଜଗୁରୁ ପରି
ବକ୍ସି ଜଗବନ୍ଧୁ ଉତ୍କଳ ମାଟିର
ରଖି ଯାଇଛନ୍ତି ଶିରୀ ।
ଏ ମାଟିର ପୁଅ ସୁବାଷ ବୋଷ
ଜନ ନାୟକ ନେତାଜୀ
ପରାଧୀନତା ର ବିଦ୍ରୋହୀ ବୀର
ପ୍ରାଣ ଦେଇଛି ବିସର୍ଜି ।
ବୀର ଜୟସ୍ତୂପ ଗୌରବ କେତନ
ଉଡ଼େ ଅବନୀ ମଣ୍ଡଳେ
କବି ଗୀତ “ସଂକୁ- ଚିତ” କହିବାକୁ
ତା ବୈଭବ ଏହି ଗୀତରେ ।