Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics

3  

KRUTIBAS NAYAK

Classics

ପଲ୍ଲୀଗୀତ-ବଉଳ ଅମାବାସ୍ୟା

ପଲ୍ଲୀଗୀତ-ବଉଳ ଅମାବାସ୍ୟା

1 min
145



ଗଇଁଠାର ପିଠା ନେ, ପଣେ ପଣେ ଆମ୍ବ ଦେ,,

ଗଇଁଠା ଗଢ଼ିଛି ମାଆ-ବଉଳର ପେନ୍ଥା ଦେ |(ଘୋଷା)


ଧୂପ-ଦୀପ ସଜେଇଛି ଶଙ୍ଖ-ଘଣ୍ଟି ସାଥିରେ,

ହୁଳହୁଳି ଦେବ ଅପା ବସିଛି ତୋ' କତିରେ |

ଆମେ ପିଠା ପକେଇବୁ, ପୂଜାସାରି ଚାଲିଯିବୁ-

ଗଛମୂଳେ ଥିବା ପିଠା ସବୁତକ ଖାଇ ଦେ |(1)


ଗଇଁଠା ପାଇଁ ମାଉସୀ ରଖିଥିଲା ଚାଉଳ,

ସଙ୍ଗାତ ବସିବା ପାଇଁ ତୋଳିଛି ମୁଁ ବଉଳ |

ମଥାରେ ଦେବି ଚନ୍ଦନ, କରିବି ତୋତେ ବରଣ-

ହେବୁକି ବଉଳ ମୋର ମନଖୋଲି କହି ଦେ |(2)



Rate this content
Log in

Similar oriya poem from Classics