କଞ୍ଚାମାଟି ଏଦେହେ ବୋଳିଦିଅ ତୁମ...
କଞ୍ଚାମାଟି ଏଦେହେ ବୋଳିଦିଅ ତୁମ...


କଞ୍ଚାମାଟି ଏ ଦେହ ବୋଳିଦିଅ ତୁମ ହାତର ସେ ଯାଦୁକରି ସ୍ପର୍ଶ ,
ହେ ବିଶ୍ୱ କୁମ୍ଭକାର ତୁମ କାରିଗରୀ ହାତେ ପାଇଯିବି ମୁ ଜୀବନ୍ୟାସ ,
ଶୂନ୍ୟତାରୁ ପୂର୍ଣ୍ଣତା ପାଇବାର ଶେଷ ହେଉ ମୋ ଅବଶୋଷ ,
କୋଟି କୋଟି ଜନ୍ମ ଅପେକ୍ଷାର ହେଇଯାଉ ଆଜି ଅନ୍ତ ।
ହେ ନାରାୟଣ ତୁମେ ଯେ ବିଶ୍ୱ ବ୍ରହ୍ମାଣ୍ଡର କୁମ୍ଭକାର ,
ତୁମ ଅନନ୍ତ ହାତର ଯାଦୁକରି ସ୍ପର୍ଶରେ ମୋ ଜୀବନେ
ବହିଯାଉ ସୁଧାଧାର ,
ହେ ଅଖିଳ ଭୁବନର ଚମତ୍କାରୀ କାରୀଗର ,
ମୋର ଏ ଜନ୍ମ ମୃତ୍ୟୁର ଚକ୍ରକୁ ତୁମ ସାନ୍ନିଧ୍ୟରେ ପୂର୍ଣ୍ଣ କର ।
ହେ କୁମ୍ଭକାର ତୁମେ ଯେ ମୋ ସ୍ରଷ୍ଟା ମୁ ତୁମର ଏକ
ଅତି ହୀନ ସୃଷ୍ଟି ,
ତୁମ କୃପାର ଶ୍ରୀ ହସ୍ତ ଟେକି ଦେଇ ଢାଳି ଦିଅ ମୋ ପାଇଁ
ଆଶ୍ରିବାଦର ବୃଷ୍ଟି ,
ନିର୍ଜୀବ ମେଞ୍ଚା କାଦୁଅ ଯେ ମୁଁ ପାଇବି ପ୍ରାଣ ଟିକେ ଦେଲେ ତୁମ ଦୃଷ୍ଟି ,
ତୁମରି ଉତକର୍ଷ ପାଇଁ ଜଗତେ ଶୁଭ କଳସ ହେବି ହେ ମହାବାହୁ
ଭିକ୍ଷା ଦିଅ ଏତିକି ପାଇକି ହେବି ମୁ ସନ୍ତୁଷ୍ଟି ।
ପରିଚୟ ଦିଅ ହେ ମହାବାହୁ ଲଭିବି ମୁ ପୂର୍ଣ୍ଣତା,
ବୁଝିନିଅ ମୋ ହୃଦୟର ଦୁଃଖ ମୋ ଅବ୍ୟକ୍ତ କଥା ,
ହେ ଦୁଃଖହାରୀ ଲିଭେଇ ଦିଅ ମୋ ନିର୍ଜୀବ ସ୍ଥାଣୁତା ,
ବୋଳିଦିଅ ଏ ମାଟି ଦେହେ ତୁମ ଆଶିଷ ଧାରା
ହେ ପରମ ପିତା ହେ ମୋ ସୃଷ୍ଟି ଦାତା ।