STORYMIRROR

Sunanda Mohanty

Classics Others

3  

Sunanda Mohanty

Classics Others

ଏମିତି କେମିତି କୁହତ

ଏମିତି କେମିତି କୁହତ

1 min
161


ଶୀତ ପ୍ରତି ଏତେ ଅନାଶକ୍ତ 

ବସଂତ ହେଲା ବିକ୍ଷିପ୍ତ 

ବର୍ଷା ବି ନିର୍ଲିପ୍ତ 

ଖରା ତ ସହଜେ ଉତପ୍ତ 

ଫଗୁଣ ସମ୍ପୂର୍ଣ ନିରାସକ୍ତ 

ମଳୟ ବହୁଛି ବହୁତ 

ଶିଶିର ଘୋଡା଼ଏ ପଣତ 

ହେମନ୍ତ ଅତୀବ ମର୍ମାହତ 

ଋତୁ ମାନଙ୍କର ଏହା ଷଡଯନ୍ତ୍ର 

ତମେ କି ରାଗିଛ ପର୍ଯ୍ୟାପ୍ତ 


ଗୋଲାପ ଏଠି ନିଶାସକ୍ତ 

ମାଳତୀ ଝୁରୁଛି ଅତୀତ 

ରଜନୀଗନ୍ଧାର ନାହିଁ ଆଦିଅନ୍ତ 

ଜୁଇ ଲାଗୁଛି ଅଭିଶପ୍ତ 

ହେନା ବି ବଦଳାଏ ତା ମତ 

ମଲ୍ଲୀ ତ ଫୁଟିନି ଏପର୍ଯ୍ୟନ୍ତ 

ଟଗର ଅଳ୍ପ ଅଳ୍ପ ବିକଶିତ 

ଫୁଲମାନଙ୍କର ଅଭିଯୋଗ ପରସ୍ତ 

ତମେ କେମିତି କେଜାଣି ଆଶ୍ୱସ୍ତ 


କୋଇଲି ସ୍ୱର ଲୁକାୟିତ 

ଶୁଆ ପଞ୍ଜୁରୀରେ ସମାଧିସ୍ଥ

ବଗଟି ଟାକିଛି ଏପର୍ଯ୍ୟନ୍ତ 

କୁମ୍ଭାଟୁଆ ମୁଁହ ଟାଣ ସେତ 

କାଠହଣା ଅତିବ ଅନୁତପ୍ତ 

କାଉଟା ନିଲଠା ସାବ୍ୟସ୍ତ 

ଶାରୀ ଖୋଜୁଛି ଅପର୍ଯ୍ୟାପ୍ତ 

ପେଚାଟିକୁ କେବଳ ଅଭିସମ୍ପାତ 

ପକ୍ଷୀମାନଙ୍କ କାର୍ଯ୍ୟକଳାପ ଏଯାବତ 

ତମେ କେମିତି ଏମିତି କୁହତ 


କୋଣାର୍କ ନର୍ତ୍ତକୀର ଛନ୍ଦପାତ 

ସୁନେଲି ସକାଳ ନିସ୍ତବ୍ଧ ବହୁତ 

ମଧ୍ୟାନ ଡହଳବିକଳ ଅନେଶତ 

ସଂଜରେ ସଞ୍ଜବତୀ ଜଳୁଛି ଅନ୍ତତଃ 

ସୂର୍ଯ୍ୟଙ୍କର ଆତଯାତ କେବଳ ସତ 

ଦୂର ଦିଗବଳୟର ରଙ୍ଗ କଳଙ୍କିତ 

ଏ ସବୁ ଦେଖିଶୁଣି ମୁଁ ମର୍ମାହତ 

ମନ ପକ୍ଷୀ ବୁଝୁନି ଖୋସାମତ 

ପରାଣ ମୋ ଶତତ ଆହତ 

ରକ୍ଷାକର ରକ୍ଷାକର ପ୍ରଭୁ ଜଗନ୍ନାଥ. 

.


Rate this content
Log in

Similar oriya poem from Classics