STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଚକୁଳିଆ ପଣ୍ଡା

ଚକୁଳିଆ ପଣ୍ଡା

1 min
266


କାହିଁ କେଉଁ କାଳରୁ ହଜି ତ ଗଲାଣି

ଗାଁଗଣ୍ଡା ସହର ନଗରୁ ଆମରି ମନରୁ

ମହାନ ସଂସ୍କୃତିର ଭ୍ରାମ୍ୟମାଣ ବାର୍ତ୍ତାବହ

ଚକୁଳିଆ ପଣ୍ଡା ନନାଙ୍କ ମଧୁର ସଙ୍ଗୀତ।

ଆଉ କାନକୁ ଶୁଣିବାକୁ ମିଳୁନାହିଁ

ଛନ୍ଦମୟ ଆଶୁ କବିତାର ପଙ୍କ୍ତି

ଜନ କଲ୍ଯାଣକାରୀ ଢଗଢମାଳି

ସଚେତନତା ସୃଷ୍ଟିକାରୀ ପଦ୍ୟାବଳୀ।

ଚକୁଳିଆ ପଣ୍ଡା ଗାଉଥିବା ଗାଥାରେ

ରହିଥାଏ ଭରି ସମାଜ ଲାଗି ମହତ ଶିକ୍ଷା

'ଅ' ଠାରୁ 'କ୍ଷ' ଯାଏଁ ସମସ୍ତ ଅକ୍ଷରରେ

ହୋଇଥାଏ ବର୍ଣ୍ଣନା ଜୀବନ ଗୀତିକା।

କରନ୍ତି ଗାୟନ ମନମୁଗ୍ଧକର ଶୈଳୀରେ

ହସ୍ତେ ଧରି ତାଳପତ୍ର ଛତ୍ରୀ ଧର୍ମଦାଣ୍ଡରେ

ଯିଏ ଯାହା ଦିଏ ଆଦରେ ଗ୍ରହଣ କରିଣ

ଆଶୀର୍ବାଦ ଦେଇ ଜିଣନ୍ତି ସଭିଙ୍କର ମନ।

ବେଳେ ବେଳେ ଶୁଣିବାକୁ ଇଚ୍ଛା ହୁଏ

ସେଇ ଅନନ୍ଯ ଦିବ୍ୟ ଆର୍ଶୀ ବଚନ

ଯେତେ ଖୋଜିଲେ ବି ଆଉ ନମିଳଇ

ଆଜି ଦାଣ୍ଡେ ଚକୁଳିଆ ପଣ୍ଡାଙ୍କ ଦର୍ଶନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract