STORYMIRROR

KRUTIBAS NAYAK

Classics

3  

KRUTIBAS NAYAK

Classics

ଓଡିଆ ଗାଳି

ଓଡିଆ ଗାଳି

1 min
242


 ପରଘର ଭଙ୍ଗା ନିନ୍ଦୁକ ସହିତ ପିଣ୍ଡାଓଲୁ ମିଶି କିଛି,

ପରଛିଦ୍ର ଖୋଜି ତାଳି ମାରୁଥିବେ କ୍ଷୀରିରେ ପକେଇ ମାଛି |


ମିଛୁଆ ମାଡୁଆ ଚୋର ଦଗାଦିଆ ବଦମାସ ପାଞ୍ଚଭାଇ,

ନିଲଠା ଠକକୁ ଲାଜ କି ସରମ ଅପମାନ କାଟେନାହିଁ |


ଭଣ୍ଡକଥା କୁହା ହୀନସ୍ତାକୁ ଯଦି ବିଶ୍ୱାସ କରିବ କିଏ,

କରଜ ଖିଆକୁ ଉଧାର ଦିଏ ଯେ ଅସଲ ଭକୁଆ ସିଏ |


କପଟ ଗୁଣଟି ଫିସାଦିଆ ପାଶେ ତାକୁ ତ ଦୂରୁ ଜୁହାର,

ଗାଲୁଆ କହିବ ସବୁ ମୁଁ କରିଛି କେବେ ନୁହେଁ ସେ କାହାର |


ଅଳସୁଆ ପାଇଁ ଓଜନିଆଁ କାମ ଠାପୁଆକୁ ଦେଲେ ଭାର,

କାମଚୋର ପାଇଁ କିଛି କାମନାହିଁ ହେବ ତାକୁ ଭାଲୁଜର |


ଭିକାରିକୁ ଡାକି ଜ୍ଞାନଦାନ କଲେ ମଦୁଆକୁ ଦେଲେ କାମ,

ଗଞ୍ଜଡ଼କୁ ଯିଏ ଘର ଜଗେଇବ ଜାଣ ତା' କରମ ବାମ |


Rate this content
Log in

Similar oriya poem from Classics