STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଭବସାଗରେ ସେ ଏକା ତରୀ

ଭବସାଗରେ ସେ ଏକା ତରୀ

1 min
249


ସମୟ ଶ୍ରୋତ ଆଶା ବୋଇତ

ଅବୁଝା ଗୀତେ ହଜେ ଅତୀତ

ପାଏନି ହାତ ପାଏନି କାତ

ନିଜର ଛାଇ ଲାଗଇ ଭୂତ

ଭାବ ଭଉଁରୀ ଭରଷା ହରି

ଭବ ସାଗରେ ସେ ଏକା ତରୀ

 ଜଗତ ନାଥ କଳା ସାଆନ୍ତ...


କାଳର ଖେଳ ଅଥଳ ଜଳ

ମିଛରେ ମାୟା ମିଛ ଜଞ୍ଜାଳ

ଗଳପ ବେଶି ଅଳପ ବେଳ  

କରମ ଜାଣି ମିଳଇ ଫଳ

 ଭକତି ଭୋଳ ଧରମ ବଳ  

   ଆହୁଲା ସେତ ସିଏବି କାତ   

    ଜଗତ ନାଥ କଳା ସାଆନ୍ତ...


ଖରା ବରଷା ଆଶା ନିରାଶା

ମନ ବୁଝେନି ବିବେକ ଭାଷା

ଦିଗ ବାରେଣୀ କାହିଁରେ ଦିଶା

ବାଟ ମଝିରେ ଉଡଇ ହ°ସା

 କିଳିଆ ଦିଅଁ ଏକା ଭରଷା

ତାଙ୍କ ଠି ସଦା ମନ ରଖିଥା

ଭଜିଭଜିରେ ଜଗତ ନାଥ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics