ଭବସାଗରେ ସେ ଏକା ତରୀ
ଭବସାଗରେ ସେ ଏକା ତରୀ
ସମୟ ଶ୍ରୋତ ଆଶା ବୋଇତ
ଅବୁଝା ଗୀତେ ହଜେ ଅତୀତ
ପାଏନି ହାତ ପାଏନି କାତ
ନିଜର ଛାଇ ଲାଗଇ ଭୂତ
ଭାବ ଭଉଁରୀ ଭରଷା ହରି
ଭବ ସାଗରେ ସେ ଏକା ତରୀ
ଜଗତ ନାଥ କଳା ସାଆନ୍ତ...
କାଳର ଖେଳ ଅଥଳ ଜଳ
ମିଛରେ ମାୟା ମିଛ ଜଞ୍ଜାଳ
ଗଳପ ବେଶି ଅଳପ ବେଳ
କରମ ଜାଣି ମିଳଇ ଫଳ
ଭକତି ଭୋଳ ଧରମ ବଳ
ଆହୁଲା ସେତ ସିଏବି କାତ
ଜଗତ ନାଥ କଳା ସାଆନ୍ତ...
ଖରା ବରଷା ଆଶା ନିରାଶା
ମନ ବୁଝେନି ବିବେକ ଭାଷା
ଦିଗ ବାରେଣୀ କାହିଁରେ ଦିଶା
ବାଟ ମଝିରେ ଉଡଇ ହ°ସା
କିଳିଆ ଦିଅଁ ଏକା ଭରଷା
ତାଙ୍କ ଠି ସଦା ମନ ରଖିଥା
ଭଜିଭଜିରେ ଜଗତ ନାଥ...
