Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics Inspirational

3  

Prafulla Chandra Mishra

Classics Inspirational

ଅମୃତ ମୟ ଉତ୍କଳ (୩)

ଅମୃତ ମୟ ଉତ୍କଳ (୩)

1 min
263



ଉତ୍କଳ ମାଟିରେ ଉପଇନ୍ଦ୍ର ଭଞ୍ଜ କବି ସୂର୍ଯ୍ୟ ବଳଦେବ

ଜୟ ଦେବ ଗୀତ ସ୍ଵୟଂ ଜଗନ୍ନାଥ ଶୁଣନ୍ତି ହୋଇ ଉଦ୍ଭବ।


ଅଭିମନ୍ୟୁ ଦୀନକୃଷ୍ଣ ଉତ୍କଳ ର ଭାରତୀ ପ୍ରୀୟ ନନ୍ଦନ

ଭାଗବତ ଶ୍ରଷ୍ଠା ଜଗନ୍ନାଥ ଦାସ ଅମୃତ ଗ୍ରନ୍ଥ ଚନ୍ଦନ ।


ଅଭିରାମ ଭୀମଭୋଇ ଏ ମାଟିର ଗୌରବ ଶିରୀ ସମ୍ପଦ 

ସାଲବେଗ ବଳରାମ ଦାସ ପୁଣି ଦୀନକୃଷ୍ଣ କବିଚନ୍ଦ୍ର ।


ଚଇତନ୍ୟ ଦେବ ବୈଷ୍ଣବ ଧର୍ମର ଆଦ୍ୟ ଗୁରୁ ପ୍ରଚାରକ

ଉତ୍କଳ ଜନନୀ କୋଳେ ଉତ୍ପତି ଅମୃତ ଝର ବାହକ ।


ଏହି ସେହି ପୂଣ୍ୟ ଭୂମି ଉତ୍କଳ ର ବ୍ରହ୍ମବାଦୀ ଆର୍ଯ୍ୟ ଋଷି

ମାନବ ମାନସ ଜ୍ଞାନାମୃତ ଧାରା ବିଶ୍ଵରେ ଦିଏ ପରଶି ।


ପଞ୍ଚସଖା ଯେତ ଅଚ୍ୟୁତ ଅନନ୍ତ ଉପାଦେୟ ଗ୍ରନ୍ଥ ରଚି

ଔଜଲ୍ୟ ମୟ ଏ ଓଡ଼ିଆ ଜାତିର ଅମୃତ ମାଳିକା ଗୀତି ।


ଯଦୁମଣି ଯାଦୁକାରି ହାସ୍ୟରସ ଅମୀୟ ରଚନା ବଳି

ଉତ୍କଳ ମାଟିର ପାଣ୍ଡିତ୍ୟ ବୈଭବ ଦିଗ ଦିଗନ୍ତ ବିସ୍ତାରି।


ଉତ୍କଳ ବସୁଧା ସମୁଜ୍ଜ୍ଵଳ ମଣି ଅମୃତମୟୀ ମାଆ

ତାକୋଳ ମୋଆଶ୍ରା ସେ ମୋଜ୍ଞାନ ରସା ନିତ୍ୟପ୍ରାତଃ ବନ୍ଦନୀୟା ।


ଅନେକ ବିସ୍ତୃତି ସ୍ମୃତି ଉ ଉତ୍କଳ ନଭଶ୍ଚୁମ୍ଵି ଯାର ଶିରୀ

ରସା ରସାମୃତ ଉତ୍କଳ ବିଦିତ ଯେହ୍ନେ ପଦ୍ମଫୁଲ ପରି ।



Rate this content
Log in

Similar oriya poem from Classics