STORYMIRROR

Rabindranath Rath

Classics

3  

Rabindranath Rath

Classics

ଯକ୍ଷ

ଯକ୍ଷ

1 min
243

ଯକ୍ଷ ସେ ପଚାରେ

ପ୍ରଶ୍ନ ଯେ ଶତେକ

କୁହ ମୋତେ କୁନ୍ତୀ ସୁତ

ରହି ନିରୁତ୍ତର

ପାନ କଲେ ନୀର

ମୃତ୍ୟୁ ହୋଇବ ପ୍ରାପ୍ତ।


ଭୂମି ଠାରୁ ବଡ଼

କିଏ ସେ ମହୀରେ

ସରଗ ଠୁ କିଏ ଉଚା

ଆଶ୍ଚର୍ଯ୍ୟ କଅଣ

ସଂସାରେ ତୁମ ଠୁ

ଉତ୍ତର କରୁଛି ଇଚ୍ଛା।


ନଦେଲେ ଉତ୍ତର

ତେଜିବ ଶରୀର

ଅନ୍ୟ ଭ୍ରାତା ସମ ଦଶା

ଆହେ ଧର୍ମ ରାଜ

ପ୍ରଶ୍ନ ମୋ ସହଜ

ଉତ୍ତର ଦିଅ ସହସା


ଭୂମିଠାରୁ ବଡ଼

ଜନ୍ମ ଦାତ୍ରୀ ମାତା

ଗଗନ ଠୁ ଉଚ୍ଚ ପିତା

ମରଣଶୀଳ ଏ

ମାନବ ସଂସାରେ

ଜାଣି ବି ବଞ୍ଚିବା ଚିନ୍ତା।



Rate this content
Log in

More oriya poem from Rabindranath Rath

Similar oriya poem from Classics