Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Classics

4.5  

Lipi Sahoo

Classics

ଅନ୍ଧପୁଟୁଳି

ଅନ୍ଧପୁଟୁଳି

1 min
237



ମୁଁ କଣ ଗାନ୍ଧାରୀ ?

ସ୍ୱୟଂ ବରିଛି ଅନ୍ଧପୁଟୁଳି


ଚାଟଶାଳୀ ଚାଟ ପରି,

ନିତି ରଟୁଛି ଏଠି ସବୁ ଅନିତ୍ୟ

କେହି ନୁହ କାହାର ।


ହେଲେ ଉପଲବ୍ଧି ହେଉ ନାହିଁ

ମାର୍ମିକ ତତ୍ତ୍ୱର


ବୋଧ ହୁଏ ଭଲ ଲାଗେ

ସରଳ ନିର୍ବୋଧତା ବା ମରୀଚିକା ।


ଭଲ ଲାଗେ ତୁମର ସେଇ

ବିରକ୍ତିଭରା କରୁଣା କଟାକ୍ଷ ।


ସେଇ ଟିକକ ତ ମୋର

ବଞ୍ଚିବାର ପାଥୟ


ଆଶ୍ୱାସନା , ତୁମେ ଧାବମାନ ଅନନ୍ତ କାଳ

ମୋ ପଶ୍ଚାତପଦ ରେ


ଦଲକାଏ ଶୀତଳ ପବନ

ବିଶ୍ୱାସ ଯୋଗାଏ ତୁମ ଉପସ୍ଥିତି ର


ଭରି ଦିଏ ଅବ୍ୟକ୍ତ ପ୍ରଶାନ୍ତି

ବିଦଗ୍ଧ ଜୀବନେ ମୋର


ତୁମେ ଅଛ ବୋଲି

ମୁଁ ଆଛି


ୟେ ସମସ୍ତ ସଂସାର ତୁମର

ହେଲେ ମୁଁ କେବଳ ତୁମର


ଏତକ ଯୋଡିବାର ବାକିଅଛି

ବୋଧ ହୁଏ ଜୀବନର ବର୍ଣବୋଧରେ ।


             


              

              


Rate this content
Log in