ଏ କି ସମୟ ଆସିଲା
ଏ କି ସମୟ ଆସିଲା


ଉପସ୍ଥିତ ଆଜି ସଂଶୟକୁଳ ସ୍ଥିତି
ନା ଗ୍ରହଣ କରିହେଉଛି
ନା ତ୍ୟାଗ କରି ହେଉଛି
ଖାଲି କିଂକର୍ତ୍ତବ୍ୟ ମୂଢ଼ ହେଇ
ଜୀବନଟା ଚାଲିଛି ll
ପବନ ଆଜି ବିଶୁଦ୍ଧ
ପବନ ଆଜି ପବିତ୍ର
ହେଲେ ନା କରିହୁଏ ଆଘ୍ରାଣ
ନା କରିହୁଏ ଭ୍ରମଣ
ମାସ୍କ ନାମକ ବସ୍ତୁଟା
ମୁହଁକୁ କରିଥାଏ ଆଛାଦନ ll
ରାସ୍ତା ଘାଟ ଆଜି ସଫା ଆଉ ଫାଙ୍କା
କିନ୍ତୁ ଗାଡି ଚଲେଇବା ମନା
ପୋଲିସର କଡା ପ୍ରହରା
ଖାଲି କଟକଣା କଟକଣା
କରୋନାର ଚକ୍ରବ୍ୟୁହରେ
ଜନତା ଆଜି ବାଟବଣା ll
ସଭିଙ୍କ ହାତ ଆଜି ସଫା
ହେଲେ ହାତ ମିଳାଇବା ମନା
ବନ୍ଧୁ ପାଖରେ ପ୍ରଚୁର ସମୟ
ହେଲେ ବନ୍ଧୁ ମିଳନ ମନା
କରୋନା ଦେଇଛି ଭୟ
ଘରକୁ କେହି ଆସିଗଲେ
ଲାଗୁଛି ବଡ ଅଥୟ ll
ଆଜି ଟଙ୍କା ଯାହା ପାଖେ ଅଛି
କରି ପାରୁନି ସେ ବ୍ୟୟ
ଗରିବଟେ ପାଖେ ଟଙ୍କା ଟାଏ ନାହିଁ
କରିପାରୁନି ସେ ଆୟ
ଏ କି ବିପତ୍ତି ମାଡି ଆସିଲା
ଗରିବଟେ ଆଜି ଓଳିଏ ଖାଇଲେ
ଆର ଓଳିଟା ଭୋକିଲା ll
ଏ କି ସମୟ ଆସିଲା
ଦୁଃଖରେ ବି ବିପତ୍ତିରେ ବି
ପାଖେ କେହି ନ ଆସିଲା
ବାପା ଶବକୁ ପୁଅ ନ ଛୁଇଁଲା
ମା ପାଖକୁ ଝିଅ ନ ଗଲା
ମୁଣ୍ଡରେ ଖାଲି କରୋନା ଚିନ୍ତା ଘାରିଲା ll
ସବୁ ନାଟକର ଗୋବର୍ଦ୍ଧନ
କରୋନା ନାମକ ଭୂତାଣୁ
ସେ ତ ସର୍ବତ୍ର ବିଦ୍ୟମାନ
ସେ ତ ଅଦୃଶ୍ୟ ମାନ
ଆସିଛି କି ଏ ଧରା ବକ୍ଷକୁ
କରିଦେବ କି ଶୂନଶାନ
ଆହେ ସୁଧିଜନ
ଦୂରତା ରକ୍ଷା କରି ମାସ୍କ ପିନ୍ଧିବା ଜାଣ
ସଫା ସୁତୁରାରେ ଗୁରୁତ୍ୱ ଦେବ
ମନ ଟାକୁ ପଜିଟିଭ ରଖିବ
ତେବେ ଯାଇ ଟେଷ୍ଟ ନେଗେଟିଭ ରହିବ ll