ଖାଇବ ଆମ୍ବ ରସ ଶୁଣିବ ରାମ ରସ
ଏବେ ଶୁଭେ ସ୍ମୃତି ଏକ ଆମ୍ବ
କେବେ ଖଟା କେବେ ମିଠା
ଆମ୍ବତୋଟା ପ୍ରେମର ସାକ୍ଷୀ କାଳେ
କରେ ପକାଉଠା
ଶୁଣିଥିଲି ନଈକୂଳ ଆମ୍ବଡ଼ାଳ
ଜାମୁକୋଳି କଷା
ସବୁ କାଳେ ଅଠା
କୃଷ୍ଣ ପ୍ରେମେ ରାଧା ଅଧା ଅଧୁରା
ଝୁରୁଛି ଯମୁନା ଝୁରେ କଦମ୍ବ ପଠା
କୃଷ୍ଣ ଆସୁଛନ୍ତି ଜନ୍ମଦିନ ପାଳି
କଦମ୍ବ ବନେ କୋଇଲିଟା
ଗାଏ ମିଠା ଖଟା
ରାଧା ଗୋରୀ ପଚାରନ୍ତି ତୁମେ କାହିଁ
ଥିଲ ଶ୍ୟାମ?ମତେ ନିନ୍ଦା ଓଲଟା
ଆସ ଆସ ଜନ୍ମଦିନେ ଭୋଗ ଖାଇ
ଦୋଳି ଖେଳି ମୋ ସଙ୍ଗେ କରିବ କଳି
ତୁ ସିନା ପ୍ରେମିକା ମୋର ତୁଚ୍ଛା ନିଲଠା
କହନ୍ତି କୃଷ୍ଣ ରାଧିକାଙ୍କୁ
ବୋଳି ଘା'ରେ ଚୂନ ଅଠା
କୋଳି ତୋଳି ଖୁଆଇ ଭଳି ଭଳି
ରାମ ଜନ୍ମେ ମାଗିନେଲୁ ମତେ ଗୋଟା
ଯେଉଁଠି ରହେ ଯାହା କରେ ଭାବେ ଭବେ
କେବଳ ରାଧାର ନାଁ ଟା